fbpx
BJD
BJD SKY
BJD SKY

ପୃଥିବୀ ବିଲୁପ୍ତ ହେବାକୁ ଯାଉଛି! ଜାତିସଂଘ ରିପୋର୍ଟରେ ମିଳିଲା ଭୟଙ୍କର ସଙ୍କେତ, ୧୦ ବର୍ଷରେ ଗରମ ଭାଟି ପରି ତାତିବା ଆରମ୍ଭ କରିଛି ପୃଥିବୀ

ନୂଆଦିଲ୍ଲୀ: ଟେକନିକ୍ ସାହାଯ୍ୟରେ ଦ୍ରୁତଗତିରେ ବିକାଶ ହେଉଥିବା ଦୁନିଆରେ କାର୍ବନ ନିର୍ଗମନ ମାନବଙ୍କ ଅସ୍ତିତ୍ୱ ପାଇଁ ନିରନ୍ତର ବିପଦ ପାଲଟିଛି । ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ୨୦୧୪ ରୁ ୨୦୨୩ ମଧ୍ୟରେ ୧୦ ବର୍ଷ ସବୁଠାରୁ ଉତ୍ତପ୍ତ ଦଶନ୍ଧି ।

ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ବିଭାଗ (ଡବ୍ଲୁଏମଓ) ମଙ୍ଗଳବାର (୧୯ ମାର୍ଚ୍ଚ) ଏହାର ବାର୍ଷିକ ଜଳବାୟୁ ସ୍ଥିତି ରିପୋର୍ଟ ପ୍ରକାଶ କରିଛି । ତଥ୍ୟରେ କୁହାଯାଇଛି ଯେ, ୨୦୨୩ ଏପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ବର୍ଷ ରହିଛି । ଯେତେବେଳେ କି ୨୦୧୪ ରୁ ୨୦୨୩ ସମୟ ଗରମ ଦଶନ୍ଧି ଭାବରେ ରେକର୍ଡ କରାଯାଇଛି । ଏହି ୧୦ ବର୍ଷରେ ହିଟୱେଭ୍ ମହାସାଗରକୁ ପ୍ରଭାବିତ କଲା । ଗ୍ଲେସିୟରମାନେ ମଧ୍ୟ ବରଫ ହ୍ରାସର ରେକର୍ଡ କରିଥିଲେ ।

ପୃଥିବୀ ବିଲୁପ୍ତ ହେବାକୁ ଯାଉଛି :-

ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ପାଣିପାଗ ସଂଗଠନର ଏହି ରିପୋର୍ଟକୁ ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ରିପୋର୍ଟ ଦର୍ଶାଉଛି ଯେ ଆମ ପୃଥିବୀ ବିଲୁପ୍ତ ହେବାକୁ ଯାଉଛି ।

ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି, “ଆମ ଗ୍ରହ ସଙ୍କଟର ସଙ୍କେତ ଦେଖାଉଛି । ଜୀବାଶ୍ମ ଇନ୍ଧନ ପ୍ରଦୂଷଣ ଚାର୍ଟରେ ଜଳବାୟୁରେ କେତେ କ୍ଷତି ହେଉଛି ତାହା ଦର୍ଶାଉଛି । ପୃଥିବୀରେ କେତେ ଶୀଘ୍ର ପରିବର୍ତ୍ତନ ଘଟୁଛି ଏହା ଏକ ଚେତାବନୀ ।”

‘ଏହି ରିପୋର୍ଟ ବିଶ୍ୱ ପାଇଁ ଏକ ରେଡ୍ ଆଲର୍ଟ’

ଡବ୍ଲୁଏମଓ ମୁଖ୍ୟ ଆଣ୍ଡ୍ରେୟା ସେଲଷ୍ଟେ ସାଉଲୋ କହିଛନ୍ତି ଯେ, ଏହି ରିପୋର୍ଟ ବିଶ୍ୱ ପାଇଁ ଏକ ରେଡ୍ ଆଲର୍ଟ ଭାବରେ ଦେଖାଯିବା ଉଚିତ୍ । ସେ କହିଛନ୍ତି ଯେ, ଉତ୍ତାପ ରେକର୍ଡ ପୁଣି ଥରେ ଭାଙ୍ଗିଲା । ମହାସାଗରରେ ହିଟୱେବ ବଢ଼ିଛି । ଗ୍ଲେସିସ୍ ତରଳି ପଛକୁ ଯାଉଛି । ଆଣ୍ଟାର୍କଟିକ୍ ମହାସାଗରର ବରଫକୁ କ୍ଷତି ପହଞ୍ଚୁଛି । ମୋଟ ଉପରେ ଏହି ସବୁ ଚିନ୍ତାର କାରଣ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.