ଶୀଘ୍ର କମିଯିବ ଓଜନ, କେବଳ ଗୋଟିଏ ମାସ ଫଲୋ କରନ୍ତୁ ଏହି ଅଭ୍ୟାସ

ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ କେବଳ ବ୍ୟାୟାମ କରି ମୋଟାପଣକୁ ନିୟନ୍ତ୍ରଣ କରାଯାଇପାରିବ, ତେବେ ଏହି ଭ୍ରମ ଦୂର କରିବାର ସମୟ ଆସିଛି। ଓଜନ ହ୍ରାସ ଯାତ୍ରାକୁ ସହଜ କରିବା ପାଇଁ ବ୍ୟାୟାମ ସହିତ କିଛି ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଜରୁରୀ। ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡ଼ିକ ଆପଣଙ୍କୁ ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିପାରେ।

ପ୍ରୋଟିନ୍‌ ସମୃଦ୍ଧ ଖାଦ୍ୟପେୟ
ଓଜନ କମାଇବା ପାଇଁ ଆପଣଙ୍କ ଖାଦ୍ୟ ତାଲିକାରେ ପ୍ରୋଟିନ୍‌ ସମୃଦ୍ଧ ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ। ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଶରୀରର ମେଟାବୋଲିଜିମ୍‌କୁ ବୃଦ୍ଧି କରିଥାଏ, ଯାହା ଚର୍ବି ଜାଳିବାରେ ସାହାଯ୍ୟ କରେ। ବ୍ୟାୟାମ ସହିତ ପ୍ରୋଟିନ୍‌ ଗ୍ରହଣ ଓଜନ ହ୍ରାସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଚିନି ଖାଇବା କମ୍‌ କରନ୍ତୁ
ଅଧିକ ଚିନି ସେବନ ଓଜନ ହ୍ରାସ ପ୍ରକ୍ରିୟାକୁ କଷ୍ଟକର କରିପାରେ। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଚିନି ଖାଇବା ବନ୍ଦ କରନ୍ତୁ। ମିଠା ଖାଇବାର ଇଚ୍ଛା ହେଲେ ଚିନିଯୁକ୍ତ ଖାଦ୍ୟ କିମ୍ବା ପାନୀୟ ବଦଳରେ ଫଳ ଖାଆନ୍ତୁ। ଏହା ସହିତ, ପ୍ରତିଦିନ ୪୦ ମିନିଟ୍‌ ହଂଟିବା ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରିବ।

ଶରୀରକୁ ହାଇଡ୍ରେଟେଡ୍‌ ରଖନ୍ତୁ
ପ୍ରତିଦିନ ୪ ରୁ ୫ ଲିଟର ପାଣି ପିଅନ୍ତୁ। ଶରୀରର ମେଟାବୋଲିଜିମ୍‌ ବୃଦ୍ଧି ଏବଂ ଓଜନ ହ୍ରାସ ପାଇଁ ଶରୀରକୁ ହାଇଡ୍ରେଟେଡ୍‌ ରଖିବା ଅତ୍ୟନ୍ତ ଜରୁରୀ। ଏହା ସହିତ, ମୋଟାପଣରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟାର ଗାଢ଼ ନିଦ ମଧ୍ୟ ଲାଭଦାୟକ।