fbpx
BJD
BJD SKY
BJD SKY

ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ

BJD

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ୨୦୧୭ରେ ମୀରାବାଇ ଭାରୋତ୍ତଳନ ଚାମ୍ପିୟନସିପରେ ୪୮ କେଜି ବର୍ଗରେ ଚାମ୍ପିୟନ୍ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, କରୋନା ପାଇଁ ଅଲିମ୍ପିକ ହେବା ପାଇଁ ପୂର୍ବରୁ ବହୁ ଅନିଶ୍ଚିତତା ଦେଖାଦେଇଥିଲା । ଭାରତ ଚଳିତ ବର୍ଷ ଏହି ମହାକୁମ୍ଭକୁ ସବୁଠାରୁ ଅଧିକ ୧୨୭ ଜଣ ଆଥଲେଟଙ୍କୁ ପଠାଇଛି । ଦେଶର ୨୦ ଖେଳାଳି ଓ ୬ ଅଫିସିଆଲଙ୍କ ସହ ମୋଟ ୨୬ ଭାରତୀୟ ଉଦଘାଟନୀ ଉତ୍ସବରେ ଭାଗ ନେଇଥିଲେ । ମୀରାବାଇଙ୍କ ପୂର୍ବରୁ ୨୦୦୦ ମସିହା ସିଡନୀ ଅଲିମ୍ପିକରେ କର୍ଣ୍ଣମ ମାଲେଶ୍ୱରୀ ଭାରୋତ୍ତଳନରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.