fbpx

ଡିପୋଜିଟ୍ କରିବାକୁ ଯାଉଥିଲେ, ବ୍ୟାଙ୍କ ସମ୍ମୁଖରୁ ଝାମ୍ପି ନେଲେ ଦୁର୍ବୃତ୍ତ

AAKASH

ଭୁବନେଶ୍ୱର : ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍ । ବ୍ୟାଙ୍କ ସମ୍ମୁଖରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଟଙ୍କା ନେଇ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଦିନ ଦ୍ୱିପ୍ରହରାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁଲବାଣୀ ଜିଲା ହିଲ ଭିଉ ହୋଟେଲ ନିକଟରେ ଏହି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ, ସୋମାବର ଦିନ ଲଙ୍ଗ ଲାଇଫ୍ ଟ୍ରେଟର୍ସର ମାଲିକଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ହିଲ ଭିଉ ହୋଟେଲ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଡିପୋଜଟ୍ କରିବାକୁ ଯାଉଥିଲେ । ଏହି ସମୟରେ ମୁଖା ପିନ୍ଧା ଲୁଟେରା ଏକ ପଲସର ଗାଡି ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ସେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଛି ।

Get real time updates directly on you device, subscribe now.