fbpx
BSKY
BJD YOUTH SKY
BJD MS SKY

ICICI ବ୍ୟାଙ୍କର ଖାସ୍ FD: ଏହି ଗ୍ରାହକଙ୍କୁ ୭.୫୦% ସୁଧ, ୪ ଦିନ ପରେ ବନ୍ଦ ହୋଇଯିବ ସ୍କିମ୍

ନୂଆଦିଲ୍ଲୀ: ଯଦି ଆପଣ ନିଜର ଜମାପୁଞ୍ଜି ନିବେଶ କରି ଏକ ନିଶ୍ଚିତ ଅବଧି ପରେ ଗ୍ୟାରେଣ୍ଟି ଇନକମ୍ ପାଇବାକୁ ଚାହାଁନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଲାଭଦାୟକ ହେବ । ରେସିଡେଣ୍ଟ ସିନିୟର ସିଟିଜେନ୍ ଗ୍ରାହକଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ସ୍ପେଶାଲ ଏଫଡି ସ୍କିମ୍ ‘ଆଇସିଆଇସି ବ୍ୟାଙ୍କ ଗୋଲଡେନ୍ ଇୟର ଏଫଡି’ର ଅବଧି ୭ ଏପ୍ରିଲରେ ଶେଷ ହେବାକୁ ଯାଉଛି ।

୨ କୋଟିରୁ କମ୍ ମୂଲ୍ୟର ଏହି ସ୍ୱତନ୍ତ୍ର ଏଫଡି ସ୍କିମ୍ ବ୍ୟାଙ୍କ ଦ୍ୱାରା ୨୧ ମେ ୨୦୨୦ ରେ ଆରମ୍ଭ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ସ୍ୱତନ୍ତ୍ର ସ୍କିମ୍ ବିଷୟରେ…

ଏଠାରେ ୭.୫୦% ସୁଧ ମିଳେ :

ଏହି ସ୍ୱତନ୍ତ୍ର ଏଫ୍ଡି ସ୍କିମ୍ ଅନୁଯାୟୀ ବ୍ୟାଙ୍କ ଏହାର ବରିଷ୍ଠ ନାଗରିକ ଗ୍ରାହକଙ୍କୁ ଷ୍ଟାଣ୍ଡାର୍ଡ ହାର ତୁଳନାରେ ୦.୫୦% ଅତିରିକ୍ତ ସୁଧ ବ୍ୟତୀତ ୦.୧୦%ର ସୁଧ ଦେଇଥାଏ । ଅର୍ଥାତ୍ ଗ୍ରାହକମାନଙ୍କୁ ଷ୍ଟାଣ୍ଡାର୍ଡ ହାରରୁ ମୋଟ ୬୦ ବେସିସ ପଏଣ୍ଟ ଅତିରିକ୍ତ ସୁଧ ମିଳିଥାଏ । ଏହି ସ୍ୱତନ୍ତ୍ର ଏଫ୍ଡି ସ୍କିମ୍ ଅନୁଯାୟୀ ଗ୍ରାହକମାନେ୬.୯୦ %ର ଷ୍ଟାଣ୍ଡାର୍ଡ ରେଟରୁ ଅତିରିକ୍ତ ୬୦ ବେସିସ୍ ପଏଣ୍ଟ ଅର୍ଥାତ୍ ୭.୫୦ ପ୍ରତିଶତ ସୁଧ ପାଆନ୍ତି ।

୩ ବର୍ଷ ପୂର୍ବରୁ ଏହି ସ୍ୱତନ୍ତ୍ର ଯୋଜନାର ହୋଇଥିଲା ଶୁଭାରମ୍ଭ :
ଅନ୍ୟପଟରେ ଆପଣ ଏହି ସ୍ୱତନ୍ତ୍ର ଏଫଡି ଯୋଜନା ଅଧୀନରେ ୨ କୋଟିରୁ କମ୍ ଟଙ୍କା ନିବେଶ କରିପାରିବେ । ଏହା ବ୍ୟତୀତଏହି ସ୍ପେଶାଲ ଏଫଡି ସ୍କିମ୍ ଅଧିନରେ କେବଳ ରେସିଡେଣ୍ଟ ସିନିୟର ସିଟିଜେନ ଗ୍ରାହକ ହିଁ ନିଜ ଜମା ପୁଞ୍ଜିକୁ ନିବେଶ କରିପାରିବେ । ଏହି ସ୍ୱତନ୍ତ୍ର ଏଫ୍ଡି ସ୍କିମ୍ ବ୍ୟାଙ୍କ ଦ୍ୱାରା ୨୧ ମେ ୨୦୨୦ ରେ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.