fbpx

୨୪ ପ୍ରଗଣା ଦୁଷ୍କର୍ମ ମାମଲା: ସାରା ଶରୀରରେ କ୍ଷତ ଓ ରକ୍ତ, କହିଲେ ନାବାଳିକାଙ୍କ ପରିବାର ଲୋକ 

କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୟନଗରରେ ଜଣେ ନାବାଳିକାଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି କଲିକତା ହାଇକୋର୍ଟ ରାଜ୍ୟର ଏକ କେନ୍ଦ୍ରୀୟ ଡାକ୍ତରଖାନାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୀଡ଼ିତାଙ୍କ ପରିବାର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ।

ବାସ୍ତବରେ, ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ନାବାଳିକାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା, ଶରୀରରେ ଚାରିଆଡ଼ୁ ରକ୍ତ ବାହାରୁଥିଲା । ଏହି ବିବାଦ ବଢିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ଏଫଆଇଆର ରୁଜୁ କରନ୍ତୁ ଏବଂ ଦୋଷୀମାନଙ୍କୁ ତିନି ମାସ ମଧ୍ୟରେ ମୃତ୍ୟୁଦଣ୍ଡ ମିଳିବା ସୁନିଶ୍ଚିତ କରନ୍ତୁ ।

ଅନ୍ୟପକ୍ଷରେ ଜଷ୍ଟିସ ତୀର୍ଥଙ୍କର ଘୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍.ଶିବ ଗଣନମ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଶିବ ଗଣମଙ୍କ ନିର୍ଦ୍ଦେଶ କ୍ରମେ ଜରୁରୀକାଳୀନ ଭିତ୍ତିରେ ମାମଲାର ଶୁଣାଣି କରାଯାଇ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଦିଆ ଜିଲ୍ଲାର କଲ୍ୟାଣୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ବିଚାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.