fbpx

ଟିଏମ୍‌ସିକୁ ଟକ୍କର ଦେବେ ଶାହି ପରିବାର ରାଜମାତା, ବିଜେପି ଚଳାଇଲା ବଡ ଗୋଟି

କୋଲକାତା: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପି ପ୍ରାର୍ଥୀଙ୍କ ୫ମ ତାଲିକା ଜାରି କରି ଦେଇଛି ଯେଉଁଥିରେ ୧୧୧ ପ୍ରାର୍ଥୀଙ୍କ ନାମ ରହିଛି । ବିଜେପି ପଶ୍ଚିମବଙ୍ଗ କୃଷ୍ଣାନଗର ସିଟ୍‌ରୁ ରାଜମାତା ଅମ୍ରିତା ରୟଙ୍କୁ ଏହାର ପ୍ରାର୍ଥୀ କରିଛି ଯିଏ କି ଟିଏମସିର ମହୁଆ ମୋଇତ୍ରାଙ୍କୁ ଟକ୍କର ଦେବେ । ଏହି ସିଟ୍ ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ସିଟ୍ ମଧ୍ୟରୁ ଅନ୍ୟତମ । ବିଜେପିର ଏହି ନିଷ୍ପତ୍ତିକୁ ମହୁଆ ମୋଇତ୍ରାଙ୍କ ବିରୁଦ୍ଧରେ ବଡ ଗୋଟି ଚାଳନା ବୋଲି କୁହାଯାଉଛି ।

ଏଥର ବିଶ୍ୱର ବୃହତ୍ତ ଗଣତନ୍ତ୍ରର ଲୋକସଭା ନିର୍ବାଚନରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ନାମ ରାଜନୀତି ସହ ପ୍ରତ୍ୟକ୍ଷ ଭାବରେ ଯୋଡି ହେବାକୁ ଯାଉଛି । ଅମ୍ରିତା ରୟ କ୍ରିଷ୍ଣାନଗର ପ୍ରତିଷ୍ଠିତ ରାଜପ୍ରାସାଦର ରାଜମାତା । ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଗତ କିଛିଦିନ ଧରି ଆକଳନ ଜାରି ରହିଥିଲା ।

ଗତ ୨୦ ମାର୍ଚ୍ଚରେ ସେ ବିଜେପିରେ ସାମିଲ ହୋଇଥିଲେ । ସେ ପଶ୍ଚିମବଙ୍ଗ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ନଦିଆ ଜିଲ୍ଲା ଇତିହାସରେ ରାଜା କୃଷ୍ଣଚନ୍ଦ୍ରଙ୍କ ଯୋଗଦାନ ବିଷୟରେ ସମସ୍ତେ ଜାଣନ୍ତି । କୃଷ୍ଣାନଗର ରାଜପରିବାର ଭୂମିକା ଆଜି ବି ସମସ୍ତେ ମନେ ପକାଇଥାନ୍ତି । ନିର୍ବାଚନ ବିଶେଷଜ୍ଞଙ୍କ ମତ ରହିଛି କି ଅମ୍ରିତା ରୟଙ୍କ ପ୍ରାର୍ଥୀତ୍ୱରେ ବିଜେପିକୁ ଫାଇଦା ମିଳିବ ଓ ସେ ମହୁଆ ମୋଇତ୍ରାଙ୍କୁ ବି ଟକ୍କର ଦେଇପାରିବେ ।

ଠାରେ ସୂଚାଇ ଦିଆଯାଇପାରେ କି ୨୦୧୯ ଲୋକସଭା ନିର୍ବାଚନରେ ମହୁଆ ମୋଇତ୍ରା କ୍ରିଷ୍ଣାନଗର ସିଟ୍‌ରୁ ବିଜୟ ହାସଲ କରିଥିଲେ । ତାଙ୍କୁ ୬୧୪୮୭୨ ଭୋଟ୍ ମିଳିଥିବା ବେଳେ ବିଜେପିର କଲ୍ୟାଣ ଚୌବେଙ୍କୁ ମୋଟ ୫୫୧୬୫୪ ଭୋଟ୍ ମିଳିଥିଲା ।

Get real time updates directly on you device, subscribe now.