fbpx

ବଡ଼ ଖବର; ପୃଥିବୀକୁ ଆସୁଛନ୍ତି Aliens! ନୂଆ ମିଶନରେ ଏଲିୟନଙ୍କୁ ଖୋଜି ବାହାର କରିବ ନାସା

ନୂଆଦିଲ୍ଲୀ: ଖୁବଶୀଘ୍ର ପୃଥିବୀକୁ ଆସୁଛନ୍ତି ଏଲିୟନ୍ । ଏ ନେଇ ଆମେରିକା ସ୍ପେସ ଏଜେନ୍ସି ‘ନାସା’ ଏକ ବଡ଼ ଦାବି କରିଛି । ପଡ଼ୋଶୀ ଗ୍ରହରେ ଥିବା ଏଲିୟନଙ୍କୁ ଖୁବଶୀଘ୍ର ପୃଥିବୀକୁ ଆଣିବା ପାଇଁ ନାସା ପ୍ରସ୍ତୁତ ହେଉଛି । ଆମେରିକାର ୱାର୍ଶିଂଟନ୍ ୟୁନିଭର୍ସିଟିର ବୈଜ୍ଞାନିକ ଦାବି କରିଛନ୍ତି ଯେ, ୨୦୩୦ ସୁଦ୍ଧା ଏଲିୟନଙ୍କୁ ଖୋଜି ବାହାର କରିପାରିବେ । ପୃଥିବୀର ପଡ଼ୋଶୀ ଗ୍ରହ ବୃହସ୍ପତିର ଚନ୍ଦ୍ରମା ୟୁରୋପାରେ ଏଲିୟନ୍ ଥାଇପାରନ୍ତି । ତେଣୁ ଏହାକୁ ଜାଣିବା ପାଇଁ ନାସା ଏକ ମିଶନ୍ ଲଞ୍ଚ୍ କରିବାକୁ ଯାଉଛି ।

ସୂଚନା ଅନୁସାରେ, ଚଳିତବର୍ଷ ଅକ୍ଟୋବର ସୁଦ୍ଧା ନାସା ‘ୟୁରୋପା କ୍ଲିପର’ ନାମକ ଏକ ସ୍ପେସକ୍ରାଫ୍ଟ ମହାକାଶକୁ ପଠାଇପାରେ । ଏହାର ପ୍ରାୟ ସାଢେ ୫ ବର୍ଷର ଯାତ୍ରା କରିବା ପରେ ବୃହସ୍ପତି ଗ୍ରହର ଚନ୍ଦ୍ରମା ୟୁରୋପାରେ ପହଞ୍ଚିବ । ଏଠାରେ ପହଞ୍ଚିବା ପରେ ଚନ୍ଦ୍ରମାରେ ଜୀବନର ଚିହ୍ନ ସନ୍ଧାନ କରିବାକୁ ଯାଉଛି । ଏହି ସ୍ପେସକ୍ରାଫ୍ଟକୁ ନିର୍ମାଣ କରିବା ପାଇଁ ୧୭୮ ମିଲିୟନ ଡଲାର ବା ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୟୁରୋପା କ୍ଲିପର ଅକ୍ଟେବାରରେ ଲଞ୍ଚ୍ ହେବା ପରେ ୨୦୩୦ ସୁଦ୍ଧା ୟୁରୋପା ଚନ୍ଦ୍ରମାରେ ନିଜ ଯାତ୍ରା ଶେଷ କରି ପହଞ୍ଚିପାରିବ ।

ରିପୋର୍ଟ ଅନୁସାରେ, ୱାଶିଂଟନ୍ ୟୁନିଭରସିଟିର ଏକ ଅନୁସନ୍ଧାନକାରୀ ଦଳ କହିଛନ୍ତି ଯେ, ୟୁରୋପା କ୍ଲିପର୍ ମହାକାଶଯାନ ଆଧୁନିକ ଯନ୍ତ୍ରପାତି ସହିତ ସଜାଯାଇଛି। ଚନ୍ଦ୍ରର ମହାସାଗରରୁ ବାହାରୁଥିବା ଛୋଟ ବରଫ କଣିକାଗୁଡ଼ିକରେ ଜୀବନ ଅଛି କି ନାହିଁ ଏହି ଉପକରଣଗୁଡ଼ିକ ମଧ୍ୟ ଚିହ୍ନଟ କରିପାରିବ । ଏହି ଉପକରଣ ମାଧ୍ୟମରେ ପୃଥିବୀରେ ଜୀବନ ପାଇଁ ସହାୟକ ହେଉଥିବା ରାସାୟନିକ ପଦାର୍ଥ ମଧ୍ୟ ଚିହ୍ନଟ ହୋଇପାରିବ ।

ତେବେ ୟୁରୋପା ଚନ୍ଦ୍ରମାକୁ ନେଇ କୁହାଯାଉଛି ଯେ, ଏଠାରେ ବଡ଼ ବଡ଼ ମହାସାଗର ଥିବା ବେଳେ ଏହା ଉପରେ ମୋଟା ବରଫ ଚାଦର ମଧ୍ୟ ରହିଛି । ଏହି ବରଫ ଚାଦର ତଳେ ଜୀବନଯାପନ ହେଉଥିବା ଅନୁମାନ କରାଯାଉଛି । ତେବେ ଏଠାରେ ଏଲିୟନ୍ ଥିଲେ ମଧ୍ୟ ଏହା ଖୁବ କ୍ଷୁଦ୍ର ମାଇକ୍ରୋବ୍ସ କିମ୍ବା ବ୍ୟାକ୍ଟେରିଆ ଆକରରେ ରହି ଥାଇ ପାରନ୍ତି । ଅନେକ ସମୟରେ ବରଫ ତରଳି ପାଣି ହୋଇ ବହିଯାଏ, ତେଣୁ ଏହାକୁ ଡିଟେକ୍ଟ କରି ଏଲିୟନ୍ ଖୋଜା ଯାଇପାରିବ ।

Get real time updates directly on you device, subscribe now.