fbpx

କାନ୍ଥ ଭୁଶୁଡ଼ି ବାପ- ପୁଅଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ମାଆ ମେଡିକାଲରେ ଭର୍ତ୍ତି

ଜଳେଶ୍ୱର: ଜଳେଶ୍ୱର ଥାନା ପଶ୍ଚିମବାଡ଼ ଗାଁରେ ଅଘଟଣ । କାନ୍ଥ ଭୁଶୁଡ଼ି ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କାନ୍ଥ ଭୁଶୁଡ଼ିବା କାରଣରୁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମାଆକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାରୁ ପ୍ରାକାଶ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ। ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ଗୁରୁତର ଥିବା ପତ୍ନୀ ସେକ୍ ଆସୁନି ବିବିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.