fbpx

ଲୁଚି ଲୁଚି ବିଦେଶୀ ବନ୍ଧୁଙ୍କୁ ବିବାହ କଲେ ତାପସୀ, ଏହି ବ୍ୟାଡମିଣ୍ଟନ ଖେଳାଳୀଙ୍କୁ କଲେ ଜୀବନସାଥୀ

ସବୁଆଡେ ଏବେ ହୋଲି ରଙ୍ଗରେ ରଙ୍ଗେଇ ହୋଇଯାଇଥିବା ବେଳେ ବଲିଉଡ୍ ଦୁନିଆରୁ ବି ମନକୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସଙ୍କ ପସନ୍ଦ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍‌ରୁ ମିସେସ୍ ପାଲଟି ଯାଇଛନ୍ତି । ଅଭିନେତ୍ରୀ ନିଜର ବହୁ ଦିନର ବିଦେଶୀ ବୟଫ୍ରେଣ୍ଡ ମାଥିଆସ୍ ବୋଙ୍କୁ ଲୁଚି ଲୁଚି ବିବାହ କରିଛନ୍ତି ।

ଗତ ୨୩ ମାର୍ଚ୍ଚରେ ଉଦୟପୁରରେ ବେଶ୍ ଲୁଚିଛପି ତାପସୀ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି । ତାପସୀଙ୍କ ଏହି ବିବାହ ଉତ୍ସବରେ ବର-କନ୍ୟାଙ୍କ ପରିବାର ଲୋକେ ଓ ଅତି ନିକଟତମ ସଂପର୍କୀୟ ସାମିଲ ହୋଇଥିଲେ । ମିଳିଥିବା ସୂତ୍ରରୁ ଜଣାଯାଇଛି ତାପସୀ ଖୁବ୍ ଶୀଘ୍ର ମୁମ୍ବାଇରେ ନିଜ ସାଙ୍ଗସାଥି ଓ ଫିଲ୍ମ ଇଣ୍ଡଷ୍ଟ୍ରୀ ଲୋକଙ୍କ ପାଇଁ ୱେଡିଂ ପାର୍ଟି ଦେବେ । କୁହାଯାଉଛି କି ତାପସୀଙ୍କ ବିବାହରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଲୋକପ୍ରିୟ ନିର୍ମାତା କନିକା ଧିଲ୍ଲନ ସାମିଲ ହୋଇଥିଲେ ।

କନିକା ନିଜ ଇନଷ୍ଟାଗ୍ରାମରେ ବିବାହ ସମୟର ବହୁ ଫଟୋ ସେୟାର କରିଛନ୍ତି । ତେବେ ସେ ନିଜ ପୋଷ୍ଟରେ ଏହା କହିନାହାନ୍ତି କି ଏହି ବିବାହ ଉତ୍ସବ କାହାର । ଏଠାରେ ସୂଚାଇ ଦିଆଯାଇପାରେ କି ତାପସୀ ଓ ମାଥିଆସ୍ ଗତ ୧୦ ବର୍ଷ ଧରି ପରସ୍ପର ସହ ସଂପର୍କରେ ଅଛନ୍ତି । ଡାନିସ୍ ବ୍ୟାଡମିଣ୍ଟନ ପ୍ଲେୟାର ମାଥିଆସ୍ ବୋ ହେଉଛନ୍ତି ପୂର୍ବତନ ଅଲମ୍ପିକ୍ ମେଡାଲିଷ୍ଟ । ତାପସୀ କିନ୍ତୁ  ନିଜର ରିଲେସନକୁ ସର୍ବଦା ଲାଇମ୍‌ଲାଇଟରୁ ଦୂରରେ ରଖିଛନ୍ତି । ତେବେ ତାପସୀ ନିଜ ବିବାହକୁ ନେଇ ଅଧିକାରୀକ ଭାବରେ କୌଣସି ପ୍ରକାର ଘୋଷଣା କରିନାହାନ୍ତି ।

Get real time updates directly on you device, subscribe now.