fbpx

BCCI ଆଣିଲା ନୂଆ Scheme: ରଣଜୀ ଖେଳାଳିଙ୍କ ପାଇଁ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ରଣଜୀ ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଟେଷ୍ଟ ଖେଳାଳିଙ୍କ ପରେ ବିସିସିଆଇ ରଣଜୀ ଖେଳାଳିଙ୍କୁ ଉପହାର ଦେଇଛି । ଏହି ଖେଳାଳିମାନଙ୍କୁ ଇନସେଣ୍ଟିଭ ସ୍କିମ ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ବୋର୍ଡ । ବିସିସିଆଇର ଘରୋଇ ଶୁଳ୍କ ସହ ସମାନ କରିବାକୁ ଏମସିଏ ସଭାପତି କାଲେ ପ୍ରସ୍ତାବ ଦେଇଛନ୍ତି, ଯାହା ରାଜ୍ୟ ୟୁନିଟର ସର୍ବୋଚ୍ଚ ପରିଷଦ ଦ୍ୱାରା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ରଣଜୀ କ୍ରିକେଟ ପ୍ରତି ଯୁବ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ସହ ବରିଷ୍ଠ ଖେଳାଳିଙ୍କୁ ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ବୋର୍ଡ ଘୋଷଣା କରିଛି ।

କାଲେ କହିଛନ୍ତି, “ଆସନ୍ତା ସିଜନରୁ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ଏମସିଏ ପ୍ରତ୍ୟେକ ଖେଳାଳିଙ୍କୁ ଅତିରିକ୍ତ ମ୍ୟାଚ୍ ଫି ପ୍ରଦାନ କରିବ। ବିଶେଷ କରି ରଣଜୀ ମ୍ୟାଚ ଖେଳୁଥିବା କ୍ରିକେଟର ମାନଙ୍କୁ ଅଧିକ ରୋଜଗାରର ସୁଯୋଗ ଦିଆଯିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି । ରେଡ ବଲ କ୍ରିକେଟ ଆସୋସିଏସନ୍ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ରଣଜୀ ଟ୍ରଫି ମୁମ୍ବାଇରେ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବର୍ତ୍ତମାନ ରଣଜୀ କେଳାଳିମାନଙ୍କୁ ପ୍ରତିଦିନ ୪୦ ହାଜରରୁ ୬୦ ହଜାର ଟଙ୍କା ଦିଆଯାଏ । ଯେଉଁ ଖେଳାଳି ଗୋଟିଏ ସିନର ସମସ୍ତ ୭ଟି ଗ୍ରୁପ ମ୍ୟାଚରେ ଖେଳିଥାନ୍ତି, ସେମାନଙ୍କୁ ବର୍ଷକରେ ୧୧.୨ ଲକ୍ଷ ଟଙ୍କା ମିଳିଥାଏ । ତେବେ ଆଇପିଏଲ ଅନୁସାରେ, ଏହି ରାଶି(ଟଙ୍କା) ଖୁବ କମ୍ ହୋଇଥାଏ । ଆଇପିଏଲରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ମଧ୍ୟ ୨୦ ଲକ୍ଷରୁ ଆରମ୍ଭ ହୋଇଥାଏ ।

ତେବେ ପ୍ରଥମେ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ଯଦି ରଣଜୀ ଟ୍ରଫିର ପେମେଣ୍ଟ ବଢାଇ ୨ ଗୁଣ କିମ୍ବା ୩ ଗୁଣ କରି ଦିଆଯାଏ, ତେବେ ଅଧିକ ଖେଳାଳି ରଣଜୀ ଟ୍ରଫି ଖେଳିବେ । ଏହାସହିତ ଖୁବ କମ୍ ଖେଳାଳି ରଣଜୀ ଟ୍ରଫିରୁ ନିଜକୁ ଦୂରେଇ ରଖିବେ । ଅଧିକ ଟଙ୍କା ମିଳିଲେ ନିଶ୍ଚିତ ଭାବରେ ଅଧିକ ଖେଳାଳି ରଣଜୀ ଟ୍ରଫିରେ ଅଧିକ ଯୁବ ଖେଳାଳି ନିଜକୁ ସାମିଲ କରିବେ ବୋଲି ସୁନୀଲ ଗାଭାସ୍କର ମତପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.