fbpx
BJD SKY
BJD SKY

ପଶ୍ଚିମବଙ୍ଗ ରାଜନୀତି: TMC ଲୋକସଭା ନିର୍ବାଚନ ତାଲିକାରୁ ଅଭିନେତ୍ରୀ ନୁସରତ ଆଉଟ ରଚନା ଇନ୍

BJD

କୋଲକତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ରବିବାର (ମାର୍ଚ୍ଚ ୧୦, ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜଧାନୀ କୋଲକାତାରେ ଟିଏମସି ସୁପ୍ରିମୋଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସମୁଦାୟ ୪୨ ଟି ଆସନ ପାଇଁ ନାମ ଘୋଷଣା କରିଛି ଦଳ। ତେବେ ଏଥିରେ ପ୍ରଥମ ଥର ନିର୍ବାଚନ ଲଢ଼ିବା ପାଇଁ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ସୁଯୋଗ ଦେଇଛି ଦଳ। କିନ୍ତୁ ୨୦୧୯ରେ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା ନୁସରତ ଜାହାଁଙ୍କୁ ଏଥର ତାଲିକାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଦ କରିଛନ୍ତି । ଆଜି ପ୍ରକାଶ ପାଇଥିବା ଏହି ପ୍ରାର୍ଥୀ ତାଲିକାରୁ ଟିଏମ୍‌ସି ତାଙ୍କ ନାଁ କାଟିଥିବା ଦେଖିବାକୁ ମିଳିଛି। ତେବେ ଅଭିନେତ୍ରୀରୁ ନେତ୍ରୀ ପାଲଟିତିବା ନୁସରତ ଜାହାଁଙ୍କୁ ଦଳ ଆଉଟ କରିଥିବା ବେଳେ ଅପରପକ୍ଷେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଦଳ ଇନ କରିଛି। ହୁଗୁଳି ଆସନ ପାଇଁ ରଚନାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି ଟିଏମସି ଦଳ।

ସୂଚନା ଥାଉକି, ଆଜି ଏକ ମେଗା ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ଘୋଷଣା ସମୟରେ ବଶିରହାଟ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହିଂସା ଲାଗି ରହିଛି, ତାହା ଏହି ଲୋକସଭା ଆସନରେ ଆସେ। ଏହି ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ। ଏଠାରୁ ସେ ସାଂସଦ ଥିଲେ। ହେଲେ ଏଥର କିନ୍ତୁ ଟିଏମ୍‌ସି ତାଙ୍କ ଟିକେଟ୍‌ କାଟି ଦେଇଛି। ତାଙ୍କ ବଦଳରେ ଦଳ ହକଜି ନରୁଲ ଇସ୍‌ଲାମଙ୍କୁ ପ୍ରାର୍ଥୀ କରିଛି।

ଏଠାରେ କହି ରଖୁ ଯେ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକାକୀ ନିର୍ବାଚନ ଲଢିବାକୁ ଯାଉଛି । ଟିଏମସିର ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ବୟାନ ରଖିଛନ୍ତି ।

 

Get real time updates directly on you device, subscribe now.