fbpx

୩ ହଜାର ଆପ୍ରେଣ୍ଟିସ ପଦର ଆବେଦନ ଅବଧି ବୃଦ୍ଧି ଘୋଷଣା: ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଆସିଲା ଅପଡେଟ୍

ନୂଆଦିଲ୍ଲୀ: ଗତ ଫେବୃଆରୀ ମାସରେ ୩ ହଜାର ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ଫେବୃଆରୀ ମାସ ୨୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ମାର୍ଚ୍ଚ ୬ ଅନ୍ତିମ ତାରିଖ ରହିଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଆବେଦନର ସମୟସୀମା ବୃଦ୍ଧି କରାଯାଇଛି । ଏନେଇ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ନୂଆ ନୋଟିସ୍ ମୁତାବକ, ପ୍ରାର୍ଥୀମାନେ ଆସନ୍ତା ୨୭ ତାରିଖ ମଧ୍ୟରେ ଆପ୍ରେଣ୍ଟିସ ପଦ ପାଇଁ ଆବେଦନ କରିପାରିବେ । ଆସନ୍ତା ୩୧ ତାରିଖରେ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସମସ୍ତ ତଥ୍ୟ ପୂର୍ବ ବିଜ୍ଞପ୍ତି ମୁତାବକ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ନିୟମିତ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି ।

ଅବଧି ବୃଦ୍ଧି ଲିଙ୍କ: https://www.centralbankofindia.co.in/sites/default/files/Corrigendum-for-Apprentices.pdf

Get real time updates directly on you device, subscribe now.