fbpx

ନନ୍ଦନକାନନରେ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ୍ ଆଟ୍ ଜୁ’

ଭୁୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଠାରୁ ଅର୍ଥାତ୍ ରବିବାର ମାର୍ଚ୍ଚ ୧୦ ତାରିଖ ଠାରୁ ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ‘ନାଇଟ୍ ଆଉଟ୍ ଆଟ୍ ଜୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା୩୦ରୁ ରାତି ୮ଟା ଯାଏ ନନ୍ଦନକାନନରେ ବୁଲିବାକୁ ଅନୁମତି ମିଳିବ । କେବଳ ରବିବାର ଦିନ ପାଇଁ ଏହି ଅନୁମତି ମିଳିବ । ଏଥିରେ ୨୦ ଜଣ ଭାଗ ନେଇପାରିବେ । ଏଥିପାଇଁ ୨୫୦ ଟଙ୍କା ଦେଇ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ହେବ । ଏହି କାର୍ଯ୍ୟକ୍ରମରେ ଆପଣ ବ୍ୟାଟେରୀ ଗାଡିରେ ନନ୍ଦନକାନନରେ ବୁଲିବେ ।

Get real time updates directly on you device, subscribe now.