fbpx
BJD SKY
BJD SKY

(Video) Miss World 2024 ହାରିବା ପରେ ଏପରି କାନ୍ଦିଲେ ଭାରତୀୟ ପ୍ରତିଯୋଗୀ ସିନୀ ଶେଟ୍ଟୀ, ଭିଡିଓ ଦେଖିଲେ ହୋଇଯିବେ ଇମୋସନାଲ

BJD

ନୂଆଦିଲ୍ଲୀ: ୯ ମାର୍ଚ୍ଚରେ ମିସ ୱାର୍ଲଡ ୨୦୨୪କୁ ନିଜର ୱିନର ମିଳିଯାଇଛି । ଚଳିତ ବର୍ଷ ଖ୍ରୀଷ୍ଟିନା ପିସକୋଭା ମିସ ୱାର୍ଲଡ ମୁକୁଟ ପିନ୍ଧିଛନ୍ତି । ସେହିପରି ଲେବନାନର ଯାସ୍ମିନା ଫାର୍ଷ୍ଟ ରନର-ଅପ ହୋଇଛନ୍ତି । ତେବେ ଚଳିତ ବର୍ଷ ଭାରତରୁ ସିନୀ ଶେଟ୍ଟୀ ମିସ ୱାର୍ଟଡରେ ଭାଗ ନେଇଥିଲେ । ହେଲେ ସେ ମିସ ୱାର୍ଲଡ ମୁକୁଟ ହାସଲ କରିବାରେ ବିଫଳ ହୋଇଛନ୍ତି । ସିନୀ ଟପ ୮ ରେ ନିଜ ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ଟପ ୪ରେ ସାମିଲ ହୋଇପାରିନଥିଲେ । ଏହାରି ମଧ୍ୟରେ ସିନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ବହୁତ ଇମୋସନାଲ ହୋଇପଡିବେ ।

ସିନୀ ମିସ ୱାର୍ଲଡର ମୁକୁଟ ପାଇବାରେ ଅସଫଳ ହୋଇଛନ୍ତି । ନିଜ ହାରିବାକୁ ନେଇ ସେ ବହୁତ ଭାବବିହ୍ୱଳ ହୋଇପଡିଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସିନୀ ନିଜ ପରିବାର ସଦସ୍ୟଙ୍କୁ ଆଲିଙ୍ଗନ କରି କାନ୍ଦିଛନ୍ତି । ତାଙ୍କ ଆଖିରୁ ଲଗାତାର ଅଶ୍ରୁଧାରା ବହୁଥିବାର ଦେଖାଦେଇଛି । ଯାହାକୁ ଦେଖିବା ପରେ ଭାରତୀୟଙ୍କ ହୃହୟ ଭାଙ୍ଗି ପଡିଛି । ତେବେ ଏହି ସମୟରେ ତାଙ୍କ ମାଆ ତାଙ୍କୁ ସାହାରା ଦେଉଛନ୍ତି ।

ଏହି ଭିଡିଓରେ ସିନୀ ନିଜ ଫ୍ୟାମିଲି ଏବଂ ସାଙ୍ଗମାନଙ୍କୁ ଭେଟୁଥିବାର ନଜର ଆସିଛନ୍ତି । କାନ୍ଦିବା ପରେ ସିନୀ ନିଜ ପରିବାରକୁ ସମ୍ବାଳିଥିବାର ମଧ୍ୟ ଦେଖାଦେଇଛି । ହେଲେ କାନ୍ଦିବା ପରେ ସେ ହସିବାର ମଧ୍ୟ ନଜର ଆସିଛନ୍ତି ।
ସିନୀ ଶେଟ୍ଟୀ ୨୦୨୪ ୱାର୍ଲଡ କପ ଜିତିନପାରିଲେ ମଧ୍ୟ ୨୦୨୨ ରେ ସେ ମିସ ଇଣ୍ଟିଆ ମୁକୁଟକୁ ନିଜ ମୁଣ୍ଡରେ ପିନ୍ଧି ବିଜେତା ହୋଇଥିଲେ । ସେ କର୍ଣ୍ଣାଟକକୁ ରିପ୍ରେଜେଣ୍ଟ କରୁଥିଲେ । ସେହିପରି ମିସ ୱାର୍ଲଡର ଗ୍ରାଣ୍ଡ ଫାଇନାଲ ରେ ମଧ୍ୟ ଟପ ୮ ପର୍ଯ୍ୟନ୍ତ ପହଁଚିବାରେ ସଫଳ ହୋଇଛନ୍ତି ।

ସିନୀ ଶେଟ୍ଟୀ କିଏ:
ସିନୀ ଶେଟ୍ଟୀ କର୍ଣ୍ଣାଟକରେ ବାସ କରନ୍ତି ଏବଂ ଜଣେ ଭାରତୀୟ ମଡେଲ । ସେ ୨୧ ବର୍ଷ ବୟସରେ ମିସ ଇଣ୍ଡିଆର ମୁକୁଟ ହାସଲ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଯଦି ଆମେ କଥା ହେବା ତେବେ ସିନୀ ବର୍ତ୍ତମାନ ଚାର୍ଟାଡ ଆକାଉଣ୍ଟାଣ୍ଟ ପଢୁଛନ୍ତି । ଏହା ବ୍ୟତୀୟ ସିନୀ ଜଣେ ଭାରତୀୟ ଡ୍ୟାନ୍ସର ଅଟନ୍ତି । ସିନୀ ନିମ୍ବୁଡା ଗୀତରେ ଡ୍ୟାନ୍ସ କରି ପୂର୍ବତନ ମିସ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟ୍ରିବ୍ୟୁଟ ଦେଇଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.