fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ଅଣସରକାରୀ ସହାୟତାପ୍ରାପ୍ତ କଲେଜରେ ପୂରଣ ହେବ ୭୮୬ଟି ଅଧ୍ୟାପକ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଣସରକାରୀ ସହାୟତାପ୍ରାପ୍ତ କଲେଜମାନଙ୍କରେ ୭୮୬ଟି ଅଧ୍ୟାପକ ପଦ ପୂରଣ ହେବ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେବ ଓ ତାହା ଏପ୍ରିଲ ୧୯ରେ ସମାପ୍ତ ହେବ । ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ୪୪,୯୦୦/- ରୁ ୧,୪୨,୪୦୦/- ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ଆନଥ୍ରୋପୋଲୋଜି, ପ୍ରାଣୀ ବିଜ୍ଞାନ, ଉଦ୍ଧିଦ ବିଜ୍ଞାନ, କେମିଷ୍ଟ୍ରି, ବାଣିଜ୍ୟ, ଅର୍ଥନୀତି, ଶିକ୍ଷା, ଇଂରାଜୀ, ଭୂଗୋଳ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଆରପିଏମ, ଲଜିକ ଓ ଫିଲୋସଫି, ଗଣିତ, ଓଡ଼ିଆ, ଫିଜିକ୍ସ, ରାଜନୀତି ବିଜ୍ଞାନ, ସାଇକୋଲୋଜି, ସଂସ୍କୃତ, ସାମାଜିକ ବିଜ୍ଞାନ, ତେଲୁଗୁ, ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ନିଯୁକ୍ତି ଦିଆଯିବ ।

ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୪୨ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିସହିତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ମହିଳା ଓ ଏକ୍ସ-ସର୍ଭିସମେନଙ୍କ କ୍ଷେତ୍ରରେ ବୟସ କୋହଳ କରାଯିବ । ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ ବିଷୟରେ ମାଷ୍ଟର ଡିଗ୍ରୀ କରିବା ସହିତ ଅତିକମରେ ୫୫ ପ୍ରତିଶତ ମାର୍କ ରଖିଥିବେ । କ୍ୟାରିୟର ଆସେସମେଣ୍ଟ, ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ନୋଟିଫିକେସନ ଲିଙ୍କ: https://ssbodisha.ac.in/wp-content/uploads/2024/03/Advt.-No.04-2024.pdf

Get real time updates directly on you device, subscribe now.