fbpx
BJD SKY
BJD SKY

(Video) କୁନୋରୁ ଆସିଲା ଖୁସି ଖବର: ୫ଟି ଛୁଆ ଜନ୍ମ ଦେଲା ମହିଳା ଚିତା ଗାମାନୀ

BJD

ନୂଆଦିଲ୍ଲୀ: କୁନୋ ନେସନାଲ ପାର୍କରୁ ଖୁସି ଖବର ଆସିଛି । ଏଠାରେ ମହିଳା ଚିତା ଗାମିନୀ ୫ଜଣ ଚିତା ଛୁଆଙ୍କୁ ଜନ୍ମ ଦେଇଛି । ଏହି ସୂଚନା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଦେଇଛନ୍ତି ଏବଂ ଏଥିସହ ସୋସିଆଲ ମିଡିଆରେ ଚିତା ଶିଶୁଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ମହିଳା ଚିତା ନିଜ ଛୁଆଙ୍କୁ ଗେଲ କରୁଥିବାର ନଜର ଆସିଛି ।

ମହିଳା ଚିତା ଗାମିନୀର ବୟସ ପାଞ୍ଚ ବର୍ଷ ବୋଲି କୁହାଯାଏ। ଯାହା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ବନ ବିଭାଗର ଅଧିକାରୀମାନଙ୍କୁ ଛୁଆ ଜନ୍ମ ହେତୁ ଅଭିନନ୍ଦନ ଜଣାଇଛନ୍ତି। ଛୁଆମାନଙ୍କର ଜନ୍ମ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ‘ଏକ୍ସ’ରେ ଲେଖିଛନ୍ତି ଯେ, ମହିଳା ଚିତାଙ୍କର ବୟସ ପ୍ରାୟ ପାଞ୍ଚ ବର୍ଷ ଏବଂ ତାଙ୍କୁ ଦକ୍ଷିଣ ଆଫ୍ରିକାର ଟ୍ୱାଲୁ କାଲାହାରୀ ରିଜର୍ଭରୁ ଅଣାଯାଇଥିଲା। ସେ ଆଜି ପାଞ୍ଚଟି ଛୁଆ ଜନ୍ମ ଦେଇଛି। ଏଥି ସହ ଭାରତରେ ଜନ୍ମ ହୋଇଥିବା ଛୁଆ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି।

ଭୁପେନ୍ଦ୍ର ଯାଦବ ଆହୁରି ଲେଖିଛନ୍ତି, ଏହା ହେଉଛି ଭାରତୀୟ ମାଟିରେ ଚିତାଙ୍କର ଚତୁର୍ଥ ବଂଶ ଏବଂ ଏହା ଦକ୍ଷିଣ ଆଫ୍ରିକାରୁ ଆଣିଥିବା ଚିତାଙ୍କର ପ୍ରଥମ ବଂଶ। ସମସ୍ତଙ୍କୁ ଅଭିନନ୍ଦନ, ବିଶେଷକରି ଜଙ୍ଗଲ ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ କ୍ଷେତ୍ର କର୍ମଚାରୀଙ୍କୁ, ଯେଉଁମାନେ ଚିତାବାଘ ପାଇଁ ଚାପମୁକ୍ତ ପରିବେଶ ସୁନିଶ୍ଚିତ କରିଛନ୍ତି। ଯେଉଁଥିପାଇଁ ଚିତାମାନଙ୍କର ମିଳନ ହୋଇଛି ଏବଂ ଛୁଆମାନେ ସଫଳତାର ସହ ଜନ୍ମ ହୋଇଛନ୍ତି। ବର୍ତ୍ତମାନ ସମୁଦାୟ ଚିତା ସଂଖ୍ୟା ୨୬ ରେ ପହଞ୍ଚିଛି, ଯେଉଁଥିରେ କୁନୋ ଜାତୀୟ ଉଦ୍ୟାନର ଚିତା ଛୁଆ ମଧ୍ୟ ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.