fbpx
BSKY
BJD MC SKY
BJD YOUTH SKY

ପ୍ଲାଷ୍ଟିକ୍ ଚାଉଳ ତ ଖାଉନାହାନ୍ତି ଆପଣ? ଏହିପରି କରନ୍ତୁ ଚେକ୍‌

ଓଡ଼ିଶା ଭାସ୍କର: ଆଜିକାଲି ଖାଦ୍ୟସାମଗ୍ରୀରେ ବହୁତ ଭେଜାଲ କାରବାର ହେଉଛି । ଏବେ ମାର୍କେଟରେ ନକଲି ପ୍ଲାଷ୍ଟିକ ଚାଉଳ ମିଳୁଛି ଯାହା ପରିବେଶ ଓ ସ୍ୱାସ୍ଥ୍ୟ ଉଭୟ ଲାଗି କ୍ଷତିକାରକ । ଆପଣ ଏହାକୁ ଦେଖି ଜାଣିପାରିବେ ନାହିଁ କି ଏହା ନକଲି କି ଅସଲି । ଏହି କ୍ରମରେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣାଇ ଆପଣ ଏହା ଅସଲି କି ନକଲି ଜାଣିପାରିବେ ।

୧-କିଛି ଚାଉଳ ନେଇ ତାହାକୁ ଜଳାନ୍ତୁ । ଯଦି ସେଥିରୁ ପ୍ଲାଷ୍ଟିକର ବାସ୍ନା ଆସିବ ତେବେ ଜାଣିବେ ତାହା ନକଲି ।
୨-ଅସଲି ଓ ନକଲି ଚାଉଳ ଜାଣିବା ପାଇଁ ଏକ ଚାମଚ ଚାଉଳକୁ ପାଣିରେ ପକାଇ ହଲାନ୍ତୁ । ଯଦି ଚାଉଳ ପାଣି ଉପରକୁ ଚାଲି ଆସୁଛି ତେବେ ତାହା ନକଲି । କାରଣ ପ୍ଲାଷ୍ଟିକ୍ ପାଣିରେ ବୁଡେ ନାହିଁ । ଯଦି ଚାଉଳ ପାଣି ତଳେ ରହିଯାଏ ତେବେ ତାହା ଅସଲି ।
୩-ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ଚାଉଳ ପକାନ୍ତୁ । ଯଦି ଚାଉଳ ତରଳି ଅଠାଳିଆ ହୋଇ ଲାଗିିଯିବ ତେବେ ଏହା ନକଲି । ଧ୍ୟାନ ରଖିବେ କି ତେଲ ଭଲ ଭାବେ ଗରମ ହେବା ଉଚିତ ।

Get real time updates directly on you device, subscribe now.