fbpx

BIG BREAKING: ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଓଡ଼ିଶା ଭାସ୍କର: ପୁଣି ଡକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ। ଏହା ସହ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ସେମାନଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀ ଯାଇଛନ୍ତି। ତେବେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇ ରାଜ୍ୟ ବିଜେପି ନେତା ଦିଲ୍ଲୀ ଯାଇଥିବା ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନି ବୋଲି ଶ୍ରୀ ସିଂହ ପ୍ରତିକ୍ରିୟା ଦୋହରାଇଛନ୍ତି।

ତେବେ ଗୋଟିଏ ପଟେ ମେଣ୍ଟ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ନିଜକୁ ଦୁରେଇ ରଖୁଥିବା ବେଳେ ଏବେ ବି କେଉଁଠି ନାଁ କେଉଁଠି ସସ୍ପେନ୍ସ ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଓ ଆଲୋଚନା ଭିତରେ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବା କଥା ବାରମ୍ବାର ଦୋହରାଉଛି।

ସୂଚନା ଥାଉକି, ଦିଲ୍ଲୀ ଯିବା ପୂର୍ବରୁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ତେବେ ଏହି ବୟାନର କିଛି ସମୟ ପରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀରୁ ଡକରା ଆସିଛି ଓ ସେମାନେ ଦିଲ୍ଲୀ ଗସ୍ତ କରିଛନ୍ତି।

 

Get real time updates directly on you device, subscribe now.