fbpx
BSKY
BJD MC SKY
BJD YOUTH SKY

Physics ପେପର ଖରାପ ହେବାରୁ ଜୀବନ ହାରି ଦେଲେ ଛାତ୍ର, ଭୟଙ୍କର ରୂପ ନେଲା ନିରାଶ ହେବା

ନୂଆଦିଲ୍ଲୀ: ଜଣେ ଛାତ୍ର ପରୀକ୍ଷାରେ ପେପର ଖରାପ ହେବାରୁ ନିଜ ପ୍ରାଣ ହରାଇଛନ୍ତି । ଛାତ୍ର ଜଣକଙ୍କର ଝୁଲନ୍ତା ଶବ ଗଛରୁ ଉଦ୍ଧାର କରାଯାଇଛି । ତାଙ୍କର ଫିଜିକ୍ସ ପେପର ଖରାପ ହୋଇଥିଲା, ଯେଉଁଥିରେ ସେ ଡିପ୍ରେସନରେ ଆସିଯାଇଥିଲେ । ଛାତ୍ରଙ୍କ ମୃତ୍ୟୁରେ ପରିବାର ସଦସ୍ୟ ମର୍ମାହନ୍ତ ହୋଇଛନ୍ତି । ସୂଚନା ମିଳିବା ମାତ୍ରେ ଛାତ୍ରଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ପୋଲିସ ଘଟଣାର ତଦନ୍ତ ଚଳାଇଛି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ପରୀକ୍ଷା ସମୟରେ ବହୁତ ଟେନସନ ଥିଲା । ତାଙ୍କର ଅନେକ ପେପର ମଧ୍ୟ ଖରାପ ହୋଇଥିଲା । ପୋଲିସ କହିବାନୁସାରେ, ଛାତ୍ରଙ୍କ ପେପର ଖରାପ ହେବା କାରଣରୁ ସେ ପ୍ରାଣ ହାରିଛନ୍ତି । ହେଲେ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ ଚଳାଇଛି । ଛାତ୍ରଙ୍କର ଉପରି ଖବର ପାଇଁ ବହୁ ସଂଖ୍ୟାରେ ଲୋକେ ଘଟଣାସ୍ଥଳରେ ଜମା ହୋଇଛନ୍ତି ।

ଏହି ଘଟଣାଟି ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାର କୁଦରକୋଟ ଥାନା ଅନ୍ତର୍ଗତ ନଗଳା ପରସାଦୀ ଗ୍ରାମର ଅଟେ । ଏହି ଗ୍ରାମରେ ବାସ କରୁଥିବା ତାଙ୍କର ୟୁପି ବୋର୍ଡର ପରୀକ୍ଷାରେ ଖରାପ ହୋଇଥିଲା । ଛାତ୍ର ଜଣକ ପରୀକ୍ଷା ଖରାପ କାରଣରୁ ଚିନ୍ତିତ ଥିଲେ । ଏହି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.