fbpx

ଉତ୍ତର ପ୍ରଦେଶ ଏକ୍ଜିଟ ପୋଲରେ ଆଗୁଆ ବିଜେପି: ପ୍ରଭାବ ପକାଇଲାନି ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଶେଷ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ୫ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବକ୍ସରେ ଲକ୍ ହୋଇଯାଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଯୋଗୀ ଆଦିତ୍ୟନାଥ ପୁନର୍ବାର ସରକାର ଗଠନ କରିବାକୁ ଯାଉଛନ୍ତି । ୪୧୦ ଆସନ ବିଶିଷ୍ଟ ୟୁପିରେ ୨୦୫ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ରହିଥିବା ବେଳେ ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପି ଆଗୁଆ ରହିଛି । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନକୁ ନେଇ ଅଡୁଆରେ ଥିବା ବିଜେପି କିନ୍ତୁ ନିଜର ସଂଖ୍ୟାରେ ସୁଧାର ଆଣିଛି ।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ଆୟୁଧ କରିଥିବା ବିରୋଧୀ ଦଳଙ୍କ ପାଇଁ ଏହା ଏକ ବଡ ଝଟକା । ଏହି ବିରୋଧାଭାସକୁ ଭୋଟରେ ପରିବର୍ତ୍ତନ କରିବାରେ ସଫଳ ହୋଇନାହାନ୍ତି ବିରୋଧୀ ଦଳ । ପଶ୍ଚିମ ୟୁପି ବା ଗନ୍ନା(ଆଖୁ) ବେଲ୍ଟରେ ଏହି ଆନ୍ଦୋଳନ ସବୁଠାରୁ ଜୋରଦାର ରହିଥିଲା । ମାତ୍ର ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିବା ସହିତ ବିଜେପି ଏଠାରେ ୪୫ରୁ ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି । ସମାନ ଭାବରେ ସମାଜବାଦୀ ପାର୍ଟିକୁ ଏହି ଅଞ୍ଚଳରୁ ୭-୧୫ ଆସନ ମିଳିବାର ପୂର୍ବାନୂମାନ ରହିଛି । ନିର୍ବାଚନ ପୂର୍ବରୁ ବିଜେପିର ଗନ୍ନା ବନାମ ଜିନ୍ନା ଆନ୍ଦୋଳନ ଭୋଟରଙ୍କୁ ପ୍ରଭାବିତ କରିଥିବା ନେଇ ଆଲୋଚନା ହେଉଛି ।

Get real time updates directly on you device, subscribe now.