fbpx
BSKY
BJD MC SKY
BJD YOUTH SKY

(Video) କି ଚମତ୍କାର ଦୃଶ୍ୟ! ସାବରମତୀରେ ଭାରତର ପ୍ରଥମ Bullet Train Station: ଉନ୍ମୋଚନ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ସଫଳତାର ଆଉ ଏକ ପାଦ ଆଗକୁ ବଢାଇଛି ଭାରତୀୟ ରେଳ । ଅହମ୍ମଦାବାଦର ସାବରମତୀରେ ନିର୍ମାଣ ହୋଇଛି ଦେଶରେ ପ୍ରଥମ ବୁଲେଟ ଟ୍ରେନ ଷ୍ଟେସନ । ଭାରତୀୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୁଲେଟ ଟ୍ରେନ ଟର୍ମିନାଲକୁ ଉନ୍ମୋଚନ କରିଛନ୍ତି । ସାବରମତୀ ମଲ୍ଟିମୋଡାଲ ଟ୍ରାନ୍ସପୋର୍ଟ ହବ୍ ରେ ଗଢି ଉଠିଥିବା ଏହି ନୂଆ ଷ୍ଟେସନର ଏକ ଭିଡିଓ ଅପଲୋଡ କରିଛନ୍ତି ରେଳମନ୍ତ୍ରୀ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି ।

ସଂସ୍କୃତିକ ଐତିହ୍ୟ ସହିତ ଅତ୍ୟାଧୁନିକ ସ୍ଥାପତ୍ୟରେ ସଜ୍ଜିତ ହୋଇ ରହିଛି ସାବରମତୀର ଏହି ନୂଆ ବୁଲେଟ ଟ୍ରେନ ଟର୍ମିନାଲ । କଳା ଏବଂ ଆଧୁନିକ ଫିଚର୍ ସଜେଇ ହୋଇଥିବା ଏହି ନୂଆ ରେଳ ଷ୍ଟେସନ ଭାରତର ପ୍ରଥମ ବୁଲେଟ ଟ୍ରେନର ଯାତ୍ରୀମାନଙ୍କୁ ସେବା ଯୋଗାଇବାକୁ ଯାଉଛି । ଏହି ଟ୍ରେନ ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତାୟତ କରିବ । ଜାପାନ ସରକାରଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଆର୍ଥିକ ସହାୟତାରେ ଏହି ଟ୍ରେନ ପ୍ରୋଜେକ୍ଟ ନିର୍ମାଣ ହୋଇପାରିଛି । ତେବେ ଏହି ଟ୍ରେନ ୩୫୦ କି.ମି/ଘଣ୍ଟା ବେଗ ଗତି ସହ ମାତ୍ର ୨.୦୭ଘଣ୍ଟା ମଧ୍ୟରେ ଭାରତର ୨ ପ୍ରମୁଖ ସହରକୁ ସଂଯୋଗ କରିପାରିବ ବୋଲି ଆଶା କରାଯାଉଛି ।

ଏହି ପ୍ରୋଜେକ୍ଟରେ ଟନେଲ ଏବଂ ଓଭରସିଜ୍ ସହିତ ୫୦୮ କିଲେମିଟର ଲମ୍ବର ଏକ ଡବଲଲାଇନ୍ ପ୍ରସ୍ତୁତ କରାଯାଇଛି । ତେବେ ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୧,୦୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ଏଥିମଧ୍ୟରୁ ୮୧ ପ୍ରତିଶତ ଖର୍ଚ୍ଚ ଜାପାନ ସରକାର ବହନ କରିବେ ଏବଂ ୦.୧% ବାର୍ଷିକ ସୁଧହାରରେ ୫୦ ବର୍ଷ ଭିତରେ ଏହି ଟଙ୍କା ପରିଶୋଧ କରାଯିବ । ଏହାସହିତ ୧୫ ବର୍ଷର ଅନୁକମ୍ପା ଅବଧି ମଧ୍ୟ ଦିଆଯାଇଛି ।

ସୂଚନା ଥାଉ କି, ୨୦୧୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଚୁକ୍ତି ପରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ତେବେ ୫୦ ବର୍ଷରୁ ଅଧିକ ଦିନ ଧରି ସଫଳତାର ଶୀର୍ଷରେ ରହିଥିବା ଶିଙ୍କାନସେନ୍ ଟେକ୍ନୋଲୋଜି ବୈଷୟିକ ଏବଂ କାର୍ୟ୍ୟକ୍ଷମ ମାର୍ଗଦର୍ଶନରେ ଏହି ପ୍ରକଳ୍ପ ପରିଚାଳିତ ହେଉଛି । ଏହାର ପାଇପଲାଇନରେ ଭାରତ ସରକାର ଆଉ ୬ଟି ହାଇ ସ୍ପିଡ୍ ଟ୍ରେନ (HSR) କରିଡର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।ଦିଲ୍ଲୀ-ବାରାଣସୀ, ଦିଲ୍ଲୀ-ଅହମ୍ମଦାବାଦ, ମୁମ୍ବାଇ-ନାଗପୁର, ମୁମ୍ବାଇ-ହାଇଦ୍ରାବାଦ, ଚେନ୍ନାଇ-ମାଇସୋର ଏବଂ ଦିଲ୍ଲୀ-ଅମୃତସରକୁ ଏହି ଟ୍ରାକ ଦେଇ ଆଉ ୬ଟି ନୂଆ ଟ୍ରେନ ଗଡ଼ିବା ନେଇ ମଧ୍ୟ ଲକ୍ଷ୍ୟ କରଖିଛନ୍ତି ମୋଦୀ ସରକାର ।

Get real time updates directly on you device, subscribe now.