fbpx
BJD SKY
BJD SKY

୪ ଜଣ ପର୍ଯ୍ୟଟକ କଲେ ଆତ୍ମହତ୍ୟା, ଶେଷରେ ଛାଡିକି ଗଲେ ସୁଇସାଇଡ୍ ନୋଟ

BJD

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ୪ଜଣ ପର୍ଯ୍ୟଟକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ କରିଥିବା ସମସ୍ତ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ବାରଣାସୀର ଦଶାଶ୍ୱମେଘ ଥାନା ଅନ୍ତର୍ଗତ ଦେବନାଥାପୁରାର କୈଳାସ ଭବନର ତୃତୀୟ ମହଲାରେ ଏହି ଚାରିଜଣ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ୩ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ । ସୂଚନା ପାଇ ଯେତେବେଳେ ପୋଲିସ ସେହି ରୁମର କବାଟ ଖୋଲିଲେ ସେତେବେଳେ ତାଙ୍କୁ ଏକ ସୁଇସାଇଡ୍ ନୋଟ ମିଳିଥିଲା ।

ଅନୁସନ୍ଧାନ ବେଳେ ମିଳିଥିବା ସୁଇସାଇଡ୍ ନୋଟ ତେଲୁଗୁ ଭାଷାରେ ଲେଖାଯାଇଛି । ଏହି ଚାରି ଜଣ ମୃତକ ଗୋଟିଏ ପରିବାରର ଅଟନ୍ତି । ସୁଇସାଇଡ ନୋଟ ଅନୁସାରେ, ସେମାନଙ୍କର ଆର୍ଥିକ ସମସ୍ୟା ଥିଲା । ଗତ କିଛି ମାସ ପୂର୍ବରୁ ସେମାନେ ସମସ୍ତେ ଘର ଛାଡି ବାରଣାସୀ ପଳାଇଯାଇଥିଲେ । ଏହି ପରିବାର କିଛି ଲୋକଙ୍କଠାରୁ ବହୁତ ଟଙ୍କା ନେଇଆସିଥିଲେ । ଯେଉଁଥି ପାଇଁ ସେମାନେ ସମସ୍ତେ ମାନସିକ ନିର୍ଯାତନା ପାଉଥିଲେ । ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.