fbpx

Facebook-Instagramରୁ ହଟିଯିବ ଏହିସବୁ ଫିଚର୍: ବନ୍ଦ କରିବା ପାଇଁ Meta ତରଫରୁ ଘୋଷଣା

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଅଧିକାଂଶ ସମୟ ଅତିବହାହିତ ହେଉଛି । ଫେସବୁ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପଶି ରହୁଛନ୍ତି ପିଲାଠୁ ବୁଢା । ତେବେ ଏହି ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ଏହି ଖବର । ଉଭୟ ପ୍ଲାଟଫର୍ମକୁ ନେଇ ମେଟା କମ୍ପାନୀ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ମେଟା ଫେସବୁକ ଏବଂ ଇନଷ୍ଟାଗ୍ରାମରୁ ଏକ ବଡ଼ ସୁବିଧା ହଯାଇବା ପାଇଁ ନିଷ୍ପତ୍ତି ନେଇଛି ।

୩ ବର୍ଷ ପୂର୍ବରୁ ଲଞ୍ଚ୍ ହୋଇଥିବା କ୍ରସ୍ ମେସେଜିଙ୍ଗ ଫିଚରକୁ କମ୍ପାନୀ ଡଟାଇବ ବୋଲି ନିଷ୍ପତ୍ତି ନେଇଛି । ଏହା ସାହାଯ୍ୟରେ ୟୁଜରମାନେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଅନ୍ୟ ୟୁଜରଙ୍କ ମେସେଜର ଉତ୍ତର କ୍ରସ ପ୍ଲାଟଫର୍ମରେ ଦେଇପାରିବେ । କିନ୍ତୁ ବର୍ତ୍ତମାନ ଏହି ପିଚରକୁ ହଟାଇବାକୁ ଯାଉଛି ମେଟା କମ୍ପାନୀ । ଅର୍ଥାତ ଏଣିକି ଫେସବୁକରେ ଆସୁଥିବା ମେସେଜ ଗୁଡ଼ିକର ଉତ୍ତର ୟୁଜରମାନେ କେବଳ ଫେସବୁକ ମେସେଞ୍ଜରରେ ହିଁ ଦେଇପାରିବେ । ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ଏହି ନିୟମ ଲାଗୁ କରାଯିବ । ଇନଷ୍ଟାଗ୍ରାମରେ ଆସୁଥିବା ମେସେଜଗୁଡ଼ିକୁ ଏହି ପ୍ଲାଟଫର୍ମରେ ହିଁ ଦେଇପାରିବେ ୟୁଜର ।

ତେବେ ହଠାତ୍ ଏହି ଫିଚର ବନ୍ଦ କରାଯିବା ନେଇ କାରଣ ବିଷୟରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ମେସେଞ୍ଜରରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ସୁବିଧା ଉପଲବ୍ଧ ହେବାକୁ ଥିବା ବେଳେ ଏଭଳି ଏକ ନିଷ୍ପତ୍ତି ନେଇଛି ମେଟା । ତେବେ ଚଳିତବର୍ଷ ଶେଷ ସୁଦ୍ଦା ଫେସବୁକ ଏବଂ ମେସେଞ୍ଜରରେ ଏହି ଫିଚର ଉପଲବ୍ଧ ହୋଇପାରେ ବୋଲି ଅନୁୂମାନ କରାଯାଉଛି । ଇନଷ୍ଟାଗ୍ରାମର ସପୋର୍ଟ ପେଜ୍ ରେ ଏ ନେଇ ସୂଚନା ଦେଇ କମ୍ପାନୀ କହିଛି ଯେ, କ୍ରସ ଆପ କମ୍ୟୁନିକେସନ ଚାଟ୍ସକୁ ଡିସେମ୍ବର ମଧ୍ୟାନ୍ତରରୁ ବନ୍ଦ କରି ଦିଆଯିବ ।

ଫେସବୁକ୍ ସହିତ ମଧ୍ୟ ସମାନ ଘଟଣା ଘଟିବ ଜ୍ଝ ଆକ୍ଟିଭିଟି ଷ୍ଟାଯସ ସେଟିଙ୍ଗ ଫିଚର ସହାୟତାରେ ଆପଣଙ୍କ ଅନଲାଇନ ଦେଖି ପାରୁଥିବା କିମ୍ବା ଆପଣଙ୍କ ମେସେଜ ଦେଖିବା ସମ୍ଭବ ହୋଇପାରିବ ନାହିଁ । ଉଭୟ ପ୍ଲାଟଫର୍ମରେ ଚାଟିଂ ଜାରି ରଖିବାକୁ, ଆପଣଙ୍କୁ ଏକ ନୂତନ ଚାଟ୍ ଆରମ୍ଭ କରିବାକୁ ପଡିବ ଜ୍ଝ ଏହି ଫିଚର ହଟିବା ପରେ କୌଣସି ପ୍ଲାଟଫର୍ମର ୟୁଜର ଅନ୍ୟ ପ୍ଲାଟଫର୍ମରେ ମେସେର ଉତ୍ତର ଦେଇପାରିବେ ନାହିଁ ଜ୍ଝ ତେବେ ଏସବୁ ମେସେଜ ପଢିବା ସମ୍ଭବ ହୋଇପାରିବ ।

Get real time updates directly on you device, subscribe now.