fbpx
BSKY
BJD MC SKY
BJD MS SKY

(Video) ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରତିଶ୍ରୁତି ପୂରଣ କଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା: ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ତେବେ ରାବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବା ପରେ ଏକ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ନିର୍ବାଚନ ସମୟରେ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀ ବାସଭବନର ସମସ୍ତ ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ତାଙ୍କ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପ୍ରଗତି ଭବନ) ସମ୍ମୁଖରେ ଲଗାଯାଇଥିବା ଲୁହା ବ୍ୟାରିକେଡ ହଟାଇବା କାର୍ଯ୍ୟ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି। ସୂଚନାନୁସାରେ, ବ୍ୟାରିକେଡ ହଟାଇବା ପାଇଁ ଅନେକ ବୁଲଡୋଜର, ଟ୍ରାକ୍ଟର ଏବଂ ଶ୍ରମିକ ପ୍ରଗତି ଭବନ ବାହାରେ ପହଞ୍ଚିଛନ୍ତି।

ରେବନ୍ତ ରେଡ୍ଡୀ ଆଜି ଏକ ମହାନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରେବନ୍ତ ରେଡ୍ଡୀଙ୍କ ବ୍ୟତୀତ ମଲ୍ଲୁ ବି ବିକ୍ରମାର୍କ (ଉପମୁଖ୍ୟମନ୍ତ୍ରୀ), ଏନ. ଉତ୍କଳ କୁମାର ରେଡ୍ଡୀ, କୋମାଟେରେଡି ଭେଙ୍କଟା ରେଡ୍ଡୀ, ସି ଦାମୋଦର ରାଜନାରସିମା, ଡି ଶ୍ରୀଧର ବାବୁ, ପଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ପୋନମ ପ୍ରଭାକର, କୋଣ୍ଡା ସୁରେଖା, ଡି ଅନସୁୟା, ତୁମାଲା ନାଗେଶ୍ୱରା ରାଓ ଏବଂ ଜୁପଲ୍ଲୀ କୃଷ୍ଣ ରାଓ ଧାରଣ କରିଥିଲେ। ଏଲବି ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ।

Get real time updates directly on you device, subscribe now.