fbpx
BJD SKY
BJD SKY

ରାଜ୍ୟରେ ପୁଣି ଲକଡାଉନ୍ ହେବ ନା ନାହିଁ, ଜାଣନ୍ତୁ ଏନେଇ କଣ କହିଲେ ମୁଖ୍ୟମନ୍ତ୍ରୀ

BJD

ଗାନ୍ଧିନଗର, ୨୧ା୩: ରାଜ୍ୟରେ ପୁଣି ଲକଡାଉନ ଲାଗୁ ହେବ ନାହିଁ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଉପୁଜିଥିବା ଭୟକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣପଡ଼ିଛି । ରାଜ୍ୟରେ ଅହମ୍ମଦାବାଦ, ରାଜକୋଟ, ସୁରତ, ବଦୋଦରା ଆଦି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏଥିସହ ଶନିବାର ଓ ରବିବାର ସିନେମା ହଲ ଓ ମଲ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ପୁଣି ଲକଡାଉନ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା ।

ଦେଶର ଅନ୍ୟ ରାଜ୍ୟରେ କରୋନାକୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟରେ ସଂକ୍ରମଣ ବହୁତ କମ ରହିଛି । ସରକାର କରୋନାର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ଲୋକଙ୍କୁ ଟିକା ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.