ତିର୍ତ୍ତୋଲ, ୨୩ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଛକାପଞ୍ଛା । ଏହାରି ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି । ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଏକ ଭର୍ଚୁଆଲ ସଭା କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, ତିର୍ତ୍ତୋଲ ମାଟିର ଅନେକ ଐତିହ୍ୟ ରହିଛି । ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ଆମର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ସମ୍ପର୍କ ଜଗତସିଂହପୁର ସହ ଅଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟୋଗଶାଳାର ଅନ୍ତୁଡ଼ିଶାଳା ଜଗତସିଂହପୁର । ପ୍ରୟୋଗଶାଲାର ଏନ୍ତୁଡିଶାଳା ହେବ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ । କେନ୍ଦ୍ର ସବୁ ପ୍ରକାର ସହାୟତା ଦେଇଥିଲେ ବି ସେ ସବୁକୁ ଠିକ୍ ଭାବେ ବାଣ୍ଟିବାର ବ୍ୟବସ୍ଥା ରାଜ୍ୟ କରିପାରିଲା ନାହିଁ । ଓଡ଼ିଶାର ଅର୍ଥନୀତି କେବେ ଆଗକୁ ଯିବ ?, ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲେ ବାହାରେ ଓଡ଼ିଆ ଲୋକ ଚିକିତ୍ସା କରାଇପାରିଥାନ୍ତେ । ତିର୍ତ୍ତୋଲବାସୀ ଚଳିତଥର ସ୍ପଷ୍ଟ ମତ ଦେବେ ବୋଲି ଆମର ଆଶା ରହିଛି ।’
ତେବେ ଭର୍ଚୁଆଲ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ରହିଛନ୍ତି ।