fbpx

କଙ୍କାଳର ସ୍କେଚକୁ ନେଇ କ’ଣ କହିଲେ ଡିସିପି?

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କରିଛି କମିଶନରେଟ୍ ପୋଲିସ । କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ‘ ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବା ଡାକ୍ତରମାନେ ଆକଳନ କରିଛନ୍ତି । ମହିଳାଙ୍କ ଉଚ୍ଚତା ୧୬୪ ସେମି ଥିବା ବେଳେ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ । ଫେବ୍ରୁଆରୀ ୧୨ରେ ମୃତଦେହ କଙ୍କାଳ ଠାବ କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ କଙ୍କାଳ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୁଏତ ମୃତ୍ୟୁ ହୋଇଥାଇପାରେ । ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇପାରିବେ । ମୃତ୍ୟୁର ଦେଢମାସ ପୂର୍ବରୁ ମହିଳାଙ୍କ ଗୋଡ, ହାତ ହାଡରେ ଆଘାତ ଥିଲା । ନଖ ବି ଠିକ ଭାବରେ କଟା ଯାଇନଥିଲା, ଯାହାର ରିପୋର୍ଟ ଡାକ୍ତର ଦେଇଛନ୍ତି । ମୁହଁରେ ଚର୍ମ ନଥିବାରୁ କେବଳ କଙ୍କାଳ ଦେଖି ସ୍କେଚ୍ କରାଯାଇଛି । ସ୍କେଚ ଶତ ପ୍ରତିଶତ ମ୍ୟାଚ ପରିନପାରେ, କିନ୍ତୁ ସୁରାକ୍ ଦେଇପାରିବ ।’

ତେବେ ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଚଳାଇଛି ଛାନଭିନ୍‌ । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନଥିବାରୁ ଏହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବା ପାଇଁ ମହିଳାଙ୍କ ସ୍କେଲିଟନ୍‌ ମାଧ୍ୟମରେ ତାଙ୍କ ସ୍କେଚ୍‌ ତିଆରି କରିବାକୁ ଚେଷ୍ଟା କରିଥିଲା । ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଏକ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯାଇଥିଲା ମହିଳାଙ୍କ କଙ୍କାଳର ଫଟୋ ।

Get real time updates directly on you device, subscribe now.