fbpx

ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଶିଶୁ ପଜିଟିଭି ହେବାରେ ଲାଗିଛନ୍ତି, ଯାହାକି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ‘ଢ଼େଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ ହୋଇଥିବା ସୂଚନା ପାଇଛୁ । ଘଟଣାକୁ ନେଇ ଇନକ୍ୱାରୀ ଚାଲିଥିବା ବେଳେ ଢ଼େଙ୍କାନାଳ ସିଡିଏମଓଙ୍କ ସହ ଯୋଗଯୋଗରେ ଅଛୁ । ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ଯେଉଁ ସ୍କୁଲରେ ଏଭଳି ଘଟଣା ବାହାରିଥିବ, ସେଠାରେ ଆବଶ୍ୟକ ହେଲେ ବନ୍ଦ କରାଯିବ ।’

ଏହା ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସମସ୍ତ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏହି ମାମଲାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ‘ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଅନ୍ୟପଟେ ସ୍କୁଲରେ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଆଗରୁ ଆଶଙ୍କା ଥିଲା, ଏବେ ସଂକ୍ରମଣ ବଢ଼ୁଛି । କେତେଜଣଙ୍କ ପାଖରେ ଲକ୍ଷଣ ଅଛି ଓ ଗୁରୁତର ହୋଇଛନ୍ତି ଦେଖିବାକୁ ପଡିବ । ଅଲଟା ବାଟ ନାହିଁ କେବଳ ସର୍ଭିଲାନ୍ସ କଡାକଡି କରିବାକୁ ପଡିବ । ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଲକ୍ଷଣ ଥିଲେ ସ୍କୁଲ ଆସନ୍ତୁ ନାହିଁ ।’

Get real time updates directly on you device, subscribe now.