fbpx

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ ସେପ୍ଟେମ୍ବରରେ ସାରା ରାଜ୍ୟରେ ୧୫୪ ପ୍ରତିଶତ ଅଧିକ ହୋଇଛି । ୨ ଦିନ ଭିତରେ ସାରା ରାଜ୍ୟରେ ୨୫୬ ପ୍ରତିଶତ ବର୍ଷା ହୋଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମିମି ବର୍ଷା ରେକର୍ଡ ହୋଇଛି । ପୁରୀ ଜିଲ୍ଲାରେ ୩୬୦ ଓ ଜଗତସିଂହପୁରରେ ୩୫୫ ମିମି ବର୍ଷା ହୋଇଛି । ଏହା ସହ ସୁବର୍ଣ୍ଣପୁରରେ ୨୯୫, କଟକରେ ୨୭୫, ଯାଜପୁରରେ ୨୭୧, ଢେଙ୍କାନାଳରେ ୨୩୯ ଅନୁଗୁଳରେ ୨୨୪, ଖୋର୍ଦ୍ଧାରେ ୨୨୧, ନୟାଗଡ଼ରେ ୨୧୯ ମିମି ବର୍ଷା ହୋଇଛି । ୧୦ ଜିଲ୍ଲାରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ନବରଙ୍ଗପୁରରେ ସର୍ବନିମ୍ନ ୧୪ ମିମି ଓ ଗଜପତିରେ ୩୬ ମିମି ବର୍ଷା ହୋଇଛି ।’

ରାଜ୍ୟର ମୋଟ ୬ଟି ବ୍ଲକରେ ୪ ଶହରୁ ୫ ଶହ ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା ଜନିତ ଦୁର୍ବିପାକରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଛି । ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.