fbpx

ବର୍ଷା-ଅନୁଭବଙ୍କ ମାମଲାକୁ ନେଇ କ’ଣ କହିଲେ ମହିଳା କମିଶନ?

AAKASH

ଭୁୁବନେଶ୍ୱର, ୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ ଆଜି ମହିଳା କମିଶନରେ ହାଜର ହୋଇଥିଲେ ବର୍ଷା ଓ ଅନୁଭବ । ଆଲୋଚନ ପରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ ଏହା ଏକ ପାରିବାରିକ ମାମଲା । ଏହାର ପ୍ରାଥମିକ ଆଲୋଚନା ଆଜି ହୋଇଛି । ଏହି ଆଲୋଚନା ଆଗକୁ ଗୋଟିଏ ଭଲ ରାସ୍ତା ଦେଖାଇବ ବୋଲି ଆଶା କରୁଛି ।’

ତେବେ ଆଜି ଉଭୟ ବର୍ଷା ଓ ଅନୁଭବଙ୍କୁ ବସାଇ ଆଲୋଚନା କରିଥିଲେ ମହିଳା କମିଶନ । ପ୍ରାୟ ୩ ଘଣ୍ଟା ପରେ ମହିଳା କମିଶନରୁ ବାହାରିଥିଲେ ଅନୁଭବ । ମହିଳା କମିଶନରୁ ବାହାରିବା ପରେ ଅନୁଭବ କହିଥିଲେ ଯେ, ‘ମହିଳା କମିଶନଙ୍କୁ ସମ୍ମାନ ଜଣାଇ ମୁଁ ଆସିଛି । ମହିଳା କମିଶନଙ୍କ ନିକଟରେ ମୁଁ ମୋ ପକ୍ଷ ରଖିଛି । କମିଶନ ମୋତେ ଯାହା ପଚାରିବା କଥା ପଚାରିଛନ୍ତିି । କମିଶନଙ୍କ ସହ ଆଲୋଚନା ବାହାରେ କହିବା ଉଚିତ୍ ହେବନି ।’

Get real time updates directly on you device, subscribe now.