fbpx

ରାତି ହେବା ମାତ୍ରେ ଇଣ୍ଟରନେଟରେ କ’ଣ ସର୍ଚ୍ଚ କରନ୍ତି ପୁଅ-ଝିଅ? ସାମ୍ନାକୁ ଆସିଲା ତଥ୍ୟ

AAKASH

ଆଜିକାଲିର ସମାଜରେ ଯୁଅ-ଝିଅମାନେ ଅଧିକ ସମୟ ଇଣ୍ଟରନେଟରେ ଅତିବାହିତ କରୁଛନ୍ତି । କେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ତ କେବେ ଓଟିଟି ନହେଲେ ଗୁଗୁଲରେ କିଛି ନା କିଛି ସର୍ଚ୍ଚ କରିଥାନ୍ତି । ଇଣ୍ଟରନେଣ୍ଟ ବିନା ଆଜିର ଯୁବପିଢ଼ି ସମୟ ବିତାଇ ପାରୁନାହାନ୍ତି । ତେବେ ରାତି ସମୟରେ ପୁଅ-ଝିଅମାନେ ଗୁଗୁଲରେ କ’ଣ ସର୍ଚ୍ଚ କରନ୍ତି, ଯେଉଁଥିପାଇଁ ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ।

ଆଜିର ଯୁବପିଢ଼ିଙ୍କୁ ଅଫିସ୍, ସ୍କୁଲ, କୋଚିଂ, ଅଧ୍ୟୟନ କିମ୍ବା ଅନ୍ୟାନ୍ୟ ଜିନିଷ ପରେ କେବଳ ରାତିରେ ହିଁ ଖାଲି ସମୟ ମିଳିଥାଏ । ଛୁଟି ସମୟରେ ଲୋକମାନେ କେବଳ ନିଜର ମନ ପସନ୍ଦର ଜିନିଷ ସର୍ଚ୍ଚ କରନ୍ତି । ସେଣ୍ଟର ଫର ମିଡିଆ ରିସର୍ଚ୍ଚର ରିପୋର୍ଟ ଆଧାରରେ ଆସନ୍ତୁ ଜାଣିବା କ’ଣ ଖୋଜନ୍ତି ପୁଅ-ଝିଅ…

୧>> ରାତିରେ ପ୍ରାୟ ଝିଅମାନେ ଇନଷ୍ଟାଗ୍ରାମରେ ବିଭିନ୍ନ ଅଭିନେତ୍ରୀଙ୍କ ପୋଷାକ, ମେକଅପ୍ ଷ୍ଟାଇଲ୍ ଏବଂ ଫିଟନେସ୍ ସିକ୍ରେଟ୍ସ ସର୍ଚ୍ଚ କରନ୍ତି । ଏହା ବ୍ୟତୀତ କ୍ୟାରିୟରକୁ ନେଇ ପ୍ରୋଫେସନାଲ କୋର୍ସଗୁଡ଼ିକୁ ସର୍ଚ୍ଚ କରନ୍ତି ।

୨>> ରାତିରେ ୪୦ ପ୍ରତିଶତ ଝିଅମାନେ ରୋମାଣ୍ଟିକ୍ ଫିଲ୍ମ କିମ୍ବା ୱେବ୍ ସିରିଜ୍ ସର୍ଚ୍ଚ କରନ୍ତି, କିନ୍ତୁ ଏହି ଶୋ’ରୁ ସେମାନେ କେବଳ ଅଭିଜ୍ଞତା ନେବାକୁ ଚିନ୍ତା କରନ୍ତି ।

୩>> ଅଧିକାଂଶ ପୁଅ ଓ ଝିଅମାନେ ସବୁଠାରୁ ଆକର୍ଷଣୀୟ ଦେଖାଯିବା ବିଷୟରେ ସର୍ଚ୍ଚ କରିଥାନ୍ତି । ସେଥିରେ ପୋଷାକ ପିନ୍ଧିବାର ଷ୍ଟାଇଲ୍, ଡାଏଟିଂରେ କ’ଣ କ’ଣ କରିବା ଓ ଲୋକଙ୍କ ପ୍ରତି କିପରି ଭଲ ହେବା, ସେନେଇ ସର୍ଚ୍ଚ କରନ୍ତି ।

୪>> ସୋସିଆଲ ମିଡିଆରେ ନିଜ ଫଟୋ ବା ଭିଡ଼ିଓ କିପରି ଭାଇରାଲ ହେବ, ସେନେଇ ଅଧିକ ଲୋକ ସର୍ଚ୍ଚ କରନ୍ତି । ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିବାର ଭଲ ଫିଲ୍ଟର କେଉଁଟି, ଏନେଇ ପୁଅ-ଝିଅ ଉଭୟ ସର୍ଚ୍ଚ କରନ୍ତି ।

୫>> ରିପୋର୍ଟରେ କୁହାଯାଇଛି ଯେ, ୧୦୦ରୁ ୪୦ ପ୍ରତିଶତ ପୁଅ ସେକ୍ସ, ଡିପ୍ରେସନ ଓ ଡ୍ରଗ୍ସ ବିଷୟରେ ସର୍ଚ୍ଚ କରନ୍ତି । ସେମାନଙ୍କ ତୁଳନାରେ ମାତ୍ର ୨୫ ପ୍ରତିଶତ ଝିଅ ଏପରି କରିଥାନ୍ତି ।

୬>> ପୁଅ ଓ ଝିଅମାନେ ବିପରୀତ ଜେଣ୍ଡର ବିଷୟରେ ଛୋଟ-ବଡ଼ ସମସ୍ତ ଜିନିଷ ଜାଣିବାକୁ ଚାହାଁନ୍ତି ଓ ଏହାକୁ ସର୍ଚ୍ଚ କରିବାର ରାତି ହେଉଛି ସର୍ବୋତ୍ତମ ସମୟ । କାହିଁକି ନା ସେତେବେଳେ ସେମାନଙ୍କୁ କେହି ବି ଡିଷ୍ଟର୍ବ କରନ୍ତି ନାହିଁ ।

୭>> ଗୁଗୁଲରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି କି, ମହିଳା ଓ ପୁରୁଷ ନିଜ ନିଜର ଆଇନଗତ ଅଧିକାର ବିଷୟରେ ଜାଣିବାକୁ ଚାହାଁନ୍ତି । ଏହା ବ୍ୟତୀତ ସମଲିଙ୍ଗୀ ଅଧିକାର ସମ୍ବନ୍ଧୀୟ କ’ଣ କ’ଣ ନିୟମ ରହିଛି, ସେନେଇ ସର୍ଚ୍ଚ କରନ୍ତି ।

୮>> ଅନଲାଇନ୍ ସପିଂ ପାଇଁ ଝିଅମାନେ ବ୍ୟୁଟି ପ୍ରଡକ୍ଟ ବା ଆସେସୋରିଜ୍ ଖୋଜୁଥିବାବେଳେ ପୁଅମାନେ ଜିନ୍ସ ଓ ଟି-ସାର୍ଟ ସବୁଠାରୁ ଅଧିକ ସର୍ଚ୍ଚ କରନ୍ତି ।

Get real time updates directly on you device, subscribe now.