fbpx
BSKY
BJD YOUTH SKY
BJD MS SKY

ଫେବୃୟାରୀରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ: ଆଜି ହିଁ ସାରି ଦିଅନ୍ତୁ ସମସ୍ତ କାମ, ଦେଖନ୍ତୁ ଛୁଟିର ତାଲିକା

ନୂଆଦିଲ୍ଲୀ: ବ୍ୟାଙ୍କିଂ ସେବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ଏମିତି ପରସ୍ଥିତିରେ ବ୍ୟାଙ୍କ ବନ୍ଦ ରହିଲେ ଆମେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ବ୍ୟାଙ୍କ ବନ୍ଦ ଥିବା ସମୟର ପୂର୍ବରୁ ଆମେ ନିଜର ସମସ୍ତ କାମ ସମ୍ପୂର୍ଣ୍ଣ କାମ କରିବା ଉଚିତ୍ । ଚଳିତ ଫେବୃୟାରୀ ମାସରେ ପ୍ରାୟ ୧୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ଯଦିଓ ଏହି ସମୟରେ ଅନଲାଇନ ବ୍ୟାଙ୍କିଂ ସେବା ଜାରି ରହିବ କିନ୍ତୁ ବ୍ରାଞ୍ଚ ଗୁଡିକ ବନ୍ଦ ରହିବ । ଏହା ସହିତ ଆରବିଆଇ ପକ୍ଷରୁ ପରିବର୍ତ୍ତିତ ନିୟମ ଅନୁଯାୟୀ ଏହି ସମୟରେ ଏନଇଏଫ୍ଟି ମଧ୍ୟ କରିହେବ । ଚଳିତ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାର ତାଲିକା ଦେଖି ନିଅନ୍ତୁ ଏବଂ ସେହି ଅନୁସାରେ ନିଜର ଅର୍ଥନୈତିକ ପ୍ଲାନିଂ କରିନିଅନ୍ତୁ ।

ବ୍ୟାଙ୍କ କର୍ମଚାରୀଙ୍କ ଷ୍ଟ୍ରାଇକ କାରଣରୁ ଚଳିତ ମାସରେ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏହି ସମୟରେ ୪ ଦିନର ଛୁଟି ମିଳିବ । ଦୁଇ ଦିନ ଷ୍ଟ୍ରାଇକ ରହିଥିବା ବେଳେ ଅନ୍ୟ ଦୁଇ ଦିନ ଶନି ଓ ରବିବାର ପାଇଁ ଛୁଟି ରହିବ ।
ଅନ୍ୟ ପକ୍ଷରେ ୫ ତାରିଖରେ ସରସ୍ୱତୀ ପୂଜା ଏବଂ ୬ ତାରିଖ ରବିବାର ରହୁଛି । ୧୨ ଓ ୧୩ ଫେବୃୟାରୀରେ ମାସର ଦ୍ୱିତୀୟ ଶନି ଓ ରବିବାର ପାଇଁ ଛୁଟି ରହିବ । ୧୫ ଫେବୃୟାରୀରେ ହଜରତ ଅଲୀ ଜୟନ୍ତୀ ପାଇଁ ୟୁପି ଓ ମଣିପୁରରେ ବ୍ୟାଙ୍କ ବନ୍ଦ ରହିବ । ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତୀ ପାଇଁ ଚଣ୍ଡୀଗଡ, ହିମାଚଳ, ହରିୟାଣା ଓ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ । ଦୋଳ ଯାତ୍ରା ପାଇଁ ୧୮ ତାରିଖରେ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ । ୧୯ ଫେବୃୟାରୀରେ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପାଇଁ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ । ୨୦ ତାରିଖ ରବିବାର ପଡୁଥିବା ବେଳେ ୨୩ ତାରିଖରୁ ବ୍ୟାଙ୍କ ହରତାଳ ଜାରି ରହିବ ।

Get real time updates directly on you device, subscribe now.