fbpx
BSKY SKY
BSKY SKY

ୟୁପି ନିର୍ବାଚନ: ପ୍ରଥମ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମାୟାବତୀ

BSKY

ବହୁଜନ ସମାଜବାଦୀ ପାର୍ଟୀ ମୁଖ୍ୟ ମାୟାବତୀ ବୁଧବାର ଆଗ୍ରାରେ ଏକ ଜନସଭାକୁ ଉଦବୋଧନ ଦେବା ସହ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ କରିଛନ୍ତି । ୟୁପି ବିଧାନସଭା ନିର୍ବାଚନ ରେ ମାୟାବତୀଙ୍କ ଏହା ପ୍ରଥମ ନିର୍ବାଚନୀ ଜନସଭା । ଏମିତିରେ ତାଙ୍କର ଆଗକୁ ଆସିବା ପରେ ଜିଲ୍ଲାରେ ଦଳିତଙ୍କ ମଧ୍ୟରେ ଖାସ୍ ଉତ୍ସାହ ଦେଖିବାକୁ ମିଳିଛି ।

ମାୟବତୀ ଜନସଭା ମାଧ୍ୟମରେ ବିଜେପି, ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଜେପିର ନୀତି ଅଧିକାଂଶ ଜାତିବାଦ ଏବଂ ପୁଞ୍ଜୀବାଦ ଏବଂ ଆରଏସଏସର ସଂକୀର୍ଣ୍ଣ ଏଜେଣ୍ଡା ଭଳି ରହିଛି । ଧର୍ମ ନାଁରେ ଘୃଣାର ବାତାବରଣ ରହିଛି । ରାଜ୍ୟରେ ସବୁ ସ୍ଥାନରେ ଅପରାଧ ବଢ଼ିଛି, ଦଳିତ ଏବଂ ମହିଳା ସୁରକ୍ଷିତ ନାହାଁନ୍ତି । ମିଡିଆରେ ଏହାର ସଂଖ୍ୟାକୁ ଚପାଇ ଦିଆଯାଉଛି । ଗରିବ, ଶ୍ରମିକ ଏବଂ ବେରୋଜଗାରଙ୍କ ସହ ଦଳିତ, ଆଦିବାସୀ, ମୁସଲିମ ଏବଂ ଅଳ୍ପସଂଖ୍ୟକ ସମୁଦାୟଙ୍କ ହିତ ଏବଂ କଲ୍ୟାଣ ପାଇଁ ଯୋଜନା ଚାଲୁଥିଲା ତାହାରା ଲାଭ ଦିଆଯାଉନାହିଁ ।

ସମାଜବାଦୀ ପାର୍ଟ ଉପରେ ମଧ୍ୟ ବର୍ଷଛନ୍ତି ମାୟାବତୀ । ସେ କହିଛନ୍ତି ଯେ ‘ସପା ସରକାରରେ ଗୁଣ୍ଡା, ମାଫିଆ, ଏବଂ ଅପରାଧୀଙ୍କ ରାଜ୍ ରହିଥିଲା । ସପା ସରକାରଙ୍କ ମଧ୍ୟ ସମୟରେ ଦଳିତ ନିଷ୍ପେସିତଙ୍କୁ ଉପେକ୍ଷା କରାଯାଇଥିଲା । ରାଲିରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ମାୟାବତୀ । ସେ କହିଛନ୍ତି କଂଗ୍ରେସ ନିଜର ଭୁଲ ନୀତି କାରଣରୁ କେବଳ କେନ୍ଦ୍ର ନୁହେଁ ବରଂ ୟୁପିରୁ ମଧ୍ୟ ଅନେକ ପୂର୍ବରୁ ବାହାର ହୋଇଯାଇଛି । ସେମାନେ ଦଳିତ ଏବଂ ନିଷ୍ପେସିତଙ୍କ ବିରୋଧୀ । ଯେତେବେଳେ ସେମାନେ ସରକାରରେ ଥିଲେ, ଯୋଗ୍ୟ ଥାଇ ମଧ୍ୟ ଡ.ଭୀମରାଓ ଆମ୍ବେଦକରଙ୍କୁ ଭାରତ ରତ୍ନ ଦେଇନଥିଲେ ।

ସୂଚନାଯୋଗ୍ୟ, ମାୟାବତୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଏଥର କିନ୍ତୁ ନିର୍ବାଚନ ପ୍ରଚାର ଘୋଷଣା କରିନଥିଲେ । ନିର୍ବାଚନ ତାରିଖ ଘୋଷଣା ପରଠାରୁ ଯେତେବେଳେ ବିଜେପି, କଂଗ୍ରେସ ଏବଂ ସପା ଅନେକ ନିର୍ବାଚନତୀ ରାଲି କରିବା ଆରମ୍ଭ କରିଛନ୍ତି ସେପରି ସ୍ଥଳେ ମାୟାବତୀଙ୍କ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଥିଲା ।

Get real time updates directly on you device, subscribe now.