fbpx
BJD
BJD SKY
BJD SKY

ଶାହାରୁଖ ଖାନଙ୍କ ପାଖରେ ଏମିତି କ’ଣ ଅଛି ଯାହା ଅମିତାଭ ବଚ୍ଚନଙ୍କ ପାଖରେ ନାହିଁ ? ଶାହରୁଖ ଦେଲେ ମଜାଳିଆ ଉତ୍ତର

ଶାହରୁଖ ଖାନ୍ ନିଜର ମଜାଳିଆ ବ୍ୟକ୍ତିତ୍ୱ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ବେଶ୍ ଜଣାଶୁଣା । ଆଉ ଏହିଭଳି ଏକ ମଜାଦାର କଥାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଶାହରୁଖ । ୨୦୦୫ ରେ ସେ ‘କଫି ୱିଥ୍ କରନ’ର ଏକ ଏପିସୋଡ୍ ରେ ନଜର ଆସିଥିଲେ । ଏହି ସୋ’ରେ ତାଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିଥିଲେ । ଏହି ସୋ’ରେ ଶାହରୁଖଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଆଉ ଯାହାର ଏକ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇଥିଲେ ଶାହରୁଖ ।

ପ୍ରକୃତରେ ଶାହରୁଖ ଖାନ୍ ଏହି ସୋ’ରେ ‘ମେ ହୁଁ ନା’ ଫିଲ୍ମର ପ୍ରମୋସନ ପାଇଁ ଆସିଥିଲେ ସେହିଭଳି ଅଭିତାଭ ବଚ୍ଚନଙ୍କ ‘ବ୍ଲାକ’ ଫିଲ୍ମ ରିଲିଜ ହେବାକୁ ଥିଲା । ତେବେ ସୋ’ରେ କରନ ଜୋହର ଅଭିତାଭଙ୍କୁ ପ୍ରଶ୍ନ କରିଥିଲେ କି ତାଙ୍କ ପାଖରେ ଏମିତି କ’ଣ ଅଛି ଯାହା ଶାହରୁଖଙ୍କ ପାଖରେ ନାହିଁ ? ଏହା ଉପରେ ବିଗ୍ ବିଙ୍କ ଉତ୍ତର ଥିଲା ତାଙ୍କ ହାଇଟ୍ । ଏହା ସହ ଅମିତାଭ କହିଥିଲେ ଯେ ଶାହରୁଖ ଖାନଙ୍କ ଭଳି ତୀକ୍ଷ୍ନ ବୁଦ୍ଧି ତାଙ୍କ ପାଖରେ ନାହିଁ ।

ଯେତେବେଳେ ଶାହରୁଖ ଖାନଙ୍କ ପାଳି ଆସିଥିଲା ସେ ମଧ୍ୟ ସମାନ ଉତ୍ତର ଦେଇଥିଲେ । ଶାହରୁଖଙ୍କୁ ପଚରାଯାଇଥିଲା ତାଙ୍କ ପାଖରେ ଏମିତି କ’ଣ ଅଛି ଯାହା ଅମିତାଭଙ୍କ ପାଖରେ ନାହିଁ ? ଏହା ଉପରେ ଶାହରୁଖ ଙ୍କ ଉତ୍ତର ଥିଲା ଲମ୍ବା ଉଚ୍ଚତା ଥିବା ପତ୍ନୀ । ଏହା ସହ ଶାହରୁଖ ‘କୌନ ବନେଗା କରୋଡ଼ପତି’ ପାଇଁ ଆଶା ଥିବା କଥା ମଧ୍ୟ କହିଥିଲେ ।

Get real time updates directly on you device, subscribe now.