fbpx

‘ମୋ ଛୁଆକୁ ଜନ୍ମ ଦେବ, ଆଉ ବିବାହ କରିବନି’; ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀକୁ ପତ୍ର ଲେଖିଥିଲେ ସ୍ୱାମୀ

ଓଡ଼ିଶା ଭାସ୍କର ବ୍ୟୁରୋ: ମୁଁ ମରୁଛି, କିନ୍ତୁ ମୋର ଅନ୍ତିମ ସଂସ୍କାର ତୁମେ ହିଁ କରିବ । ଆଉକିଏ କଲେ ମୋ ଆତ୍ମା ଶାନ୍ତି ପାଇବନି । ହଁ, ମୋ ଛୁଆକୁ ନିଶ୍ଚିତ ଜନ୍ମଦେବ ଆଉ ବିବାହ କରିବନି । ଏଭଳି କଲେ ଉପରେ ମୋ ଆତ୍ମା ଶାନ୍ତି ପାଇବ ନାହିଁ… ଏଭଳି ସବୁ ଶବ୍ଦଗୁଡ଼ିକ କୌଣସି ଚଳଚ୍ଚିତ୍ର ସଂଳାପ ପରି ମନେହେଉଛି । କିନ୍ତୁ ବାସ୍ତବରେ ଏଭଳି ଏକ ଘଟଣା ଲୋକଙ୍କୁ ଭାବ ବିହ୍ୱଳ କରିଦେବ । ଜଣେ ଯୁବକ ଆତ୍ମହତ୍ୟା କରିବା ପୂର୍ବରୁ ଏଭଳି ପତ୍ର ଲେଖିଛନ୍ତି ନିଜ ସ୍ତ୍ରୀ ଉଦ୍ଦେଶ୍ୟରେ ।

ସୂଚନା ଅନୁସାରେ ପିତୃ ଦିବସରେ ଯୁବକ ଜଣଙ୍କ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ । ତେବେ ସେ ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଉ ଯେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଠାବ କରାଗଲା, ତାହା ସେହି ନିଖୋଜ ଯୁବକଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ମୃତକ ହେଉଛନ୍ତି ଭୂପେନ୍ଦ୍ର ଯାଦବ (୩୦) ଆଉ ସେ ଝାନ୍ସିର ସିଟି କୋତବାଲି ଥାନା ଅଞ୍ଚଳର ବାସିନ୍ଦା ଥିଲେ । ତେବେ ତାଙ୍କ ମୃତଦେହ ମୁମ୍ବାଇର ରେଳ ଧାରଣା ନିକଟରୁ ମିଳିଥିଲା ।

ରକ୍ତଭିଜା ଭୂପେନ୍ଦ୍ରଙ୍କ ମୃତ ଶରୀର ଯାଞ୍ଚ କରାଯିବାବେଳେ ମିଳିଥିଲା ଏକ ସୁଇସାଇଡ୍ ନୋଟ୍ । ସେଥିରେ ସେ ନିଜ ଗର୍ଭବତୀ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ କିଛି ଏଭଳି ଶବ୍ଦ, ଯାହା ସମସ୍ତଙ୍କୁ କିଛି ସମୟ ପାଇଁ ଭାବବିହ୍ୱଳ କରିଦେଇଥିଲା । ସେ ଲେଖିଛନ୍ତି ଯେ ମୁଁ ତ ମରିବି । କିନ୍ତୁ ମୋ ସ୍ତ୍ରୀ ମାରିୟମ୍ ବାନୋ ହିଁ ମୋର ଅନ୍ତିମ ସଂସ୍କାର କରିଲେ ମୋର ଆତ୍ମା ଶାନ୍ତି ପାଇବ । ଏଥିସହ ମୋ ଛୁଆକୁ ନିଶ୍ଚିତ ଜନ୍ମ ଦେବ ବୋଲି ମାରିୟମଙ୍କ ଉଦ୍ଦେଶ୍ୟରେ ସେ ଉଲ୍ଲେଖ କରିଛନ୍ତି । ସେହିଭଳି ମୋ ମୃତ୍ୟୁର କାରଣ ମୋ ସ୍ତ୍ରୀ କହିବେ ବୋଲି ଲେଖିଛନ୍ତି ଭୂପେନ୍ଦ୍ର । ପୋଲିସ୍ ମାମଲା ରୁଜୁ କରିବା ସହ ତନାଘନା ଚଳାଇଛି ।

Get real time updates directly on you device, subscribe now.