fbpx

(Video) କ’ଣ କହୁଛି Exit Poll? କାହାର ହେବ ’୨୪ ସିଂହାସନ? କିଏ ମାରିବ ବାଜି, କିଏ ମାରିବ ଚିତପଟାଙ୍ଗ? ଦେଖନ୍ତୁ ରିପୋର୍ଟ

ଓଡ଼ିଶା ଭାସ୍କର: ଶେଷ ହୋଇଛି ଗଣତନ୍ତ୍ରର ମହାନ୍ ପର୍ବ । ଜୁନ୍ ୧ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କର ଭାଗ୍ୟ ଭବିଷ୍ୟ । ଜଗନତା ବାଛି ସାରିଛନ୍ତି ନିଜର ନେତା । ବାସ୍ ଅପେକ୍ଷା କେବଳ ଜୁନ୍ ୪, ଘୋଷଣା ସମୟକୁ । ସେହିଦିନ ଜଣାପଡ଼ିବ, ଓଡ଼ିଶା ନିର୍ବାଚନରେ କାହାର ହେବ ଜିତାପଟ୍? ଏବଂ ରାଜନୀତି ଖେଳରେ କିଏ ମାରିବ ଚିତପଟାଙ୍ଗ? ତେବେ ଏହି ଘୋଷଣା ପୂର୍ବରୁ ଏକଜିଟ ପୋଲ୍ ଓଡ଼ିଶାର ମତଦାନକୁ ନେଇ ଆକଳନ କରିସାରିଛି । ତେବେ ଏକଜିଟ ପୋଲ୍ ଅନୁସାରେ, ୨୦୨୪ରେ କିଏ ହେବ ଓଡ଼ିଶାର ରାଜା ଏବଂ କାହା ମୁଣ୍ଡରେ ଜନତା ଜନାର୍ଦ୍ଦନ ପିନ୍ଧାଇବେ ମୁକୁଟ? ସେ ନେଇ ଜାଣିବା ଏହି ରିପୋର୍ଟରେ…

ଜୁନ୍ ୧ ମତଦାନ ସରିବା ପରେ ଏକଜିଟ ପୋଲ ଦେଇଛି ବଡ଼ ରିପୋର୍ଟ । ଏଥର ନିର୍ବାଚନରେ ଓଡ଼ିଶାରେ ହେବ ବଡ଼ ପରିବର୍ତ୍ତନ, କାରଣ ଭୋଟରଙ୍କ ମତରେ ଆଗରେ ରହିଛି ବିଜେପି ଏବଂ ପଛରେ ପଡ଼ିଯାଇଛି ଶାସକ ଦଳ ବିଜେଡି । ବିଜୁ ଜନତା ଦଳ ଠାରୁ ଅଧିକ ଆସନ ପାଇବାକୁ ଯାଉଛି ବିଜେପି । ସିଟ ସଂଖ୍ୟାରେ ବିଜେପି ଆଗରେ ରହିଛି । ଓଡ଼ିଶାରେ ନିର୍ବାଚନ ସରୁ ସରୁ ଏକଜିଟ ପୋଲ ସମସ୍ତଙ୍କୁ ଚମକାଇ ଦେଇଛି । ଓଡ଼ିଶାରେ ଏଥର ଏମିତି ହେବାକୁ ଯାଉଛି ଲୋକସଭା ଆସନକୁ ନେଇ ସିଟ ସଂଖ୍ୟା । ଯେଉଁଥିରେ ବିଜେପି ଆଗରେ ରହିଛି । ଏକଜିଟ ପୋଲ ଓଡ଼ିଶାରେ ଲୋକସଭା ଆସନକୁ ନେଇ କିଛି ଏମିତି ଆକଳନ କରିଛି ।

ରିପବ୍ଲିକ ମାଟ୍ରିଜର ଆକଳନ କହୁଛି ରାଜ୍ୟରେ ଲୋକସଭା ଆସନରେ ବିଜେପିକୁ ୯ରୁ ୧୨ ଆସନ ମିଳିବାକୁ ଯାଉଛି । ବିଜେଡିକୁ ୭ରୁ ୧୦ ଏବଂ କଂଗ୍ରେସର ଖାତାକୁ ଯିବ ମାତ୍ର ଗୋଟିଏ ଆସନ ।

ସେହିଭଳି ଚାଣକ୍ୟର ଆକଳନ କହୁଛି ବିଜେପି ୧୬ ଆସନରେ କବଜା କରିବାକୁ ଯାଉଥିବା ବେଳେ ବିଜେଡି ୪ ଏବଂ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ ।

  • NDTV ର EXIT POLL ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେଡିକୁ ମିଳିବ କମ୍ ଲୋକସଭା ଆସନ:

BJP…     15

BJD ..      3-8

CONG..  0-0

OTHERS…    0-0

  • JAN KI BAAT ର EXIT POLL ରିପୋର୍ଟ କହୁଛି ଓଡିଶାରୁ କଂଗ୍ରେସ ପାଇବନି ଗୋଟିଏ ବି ସିଟ୍:

BJP…     15-18

BJD ..      3-7

CONG..  0-0

OTHERS…    0-0

  • INDIA TV ରିପୋର୍ଟ ଅନୁସାରେ କଂଗ୍ରେସ ପାଇବ ଲୋକସଭା ଆସନ:

BJP…     15-17

BJD ..      4-6

CONG..  0-1

OTHERS…    0-0

ଯଦି ଏକଜିଟ ପୋଲ ସତ ହୁଏ ତେବେ ଓଡ଼ିଶାରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

 

Get real time updates directly on you device, subscribe now.