fbpx

ଟ୍ରେନ ପଛରେ ଥିବା ‘X’ ଚିହ୍ନ କଣ ଦିଏ ସଂକେତ? ଜାଣନ୍ତୁ ଏହାର ପ୍ରକୃତ କାରଣ

AAKASH

ଅମେ ଅନେକ ସମୟରେ ଟ୍ରେନ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି । ଆମେ ଯିବା ସମୟରେ ଟ୍ରେନରେ ଏବଂ ରେଲୱେ ଷ୍ଟେସନରେ ଏପରି କିଛି ଅକ୍ଷର କିମ୍ବା ଚିହ୍ନ ଥାଏ ଯାହା କିଛି କଥାର ସଂକେତ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଟ୍ରେନ କିମ୍ବା ରେଳ ଷ୍ଟେସନରେ ଥିବା ଏହି ସଂକେତର ଅର୍ଥ କ’ଣ? ତେବେ ଆମେ ଆଜି ଆପଣଙ୍କୁ ଟ୍ରେନରେ ଥିବା ଏକ ସଂକେତ ବିଷୟରେ କହିବୁ ।

ଆପଣ ଅନେକ ସମୟରେ ଟ୍ରେନର ପଛରେ ଇଂରାଜୀରେ ‘X’ ଲେଖାଥିବା ଏକ ଚିହ୍ନ ଦେଖିଥିବେ । ତେବେ ରେଳ ପଛରେ ଏହି ଚିହ୍ନ ରହିବା ବାଧ୍ୟତାମୂଳକ, କାରଣ ଏହା ଟ୍ରେନ ସହ ଜଡିତ କିଛି କଥାର ସଂକେତ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଟ୍ରେନରେ ଥିବା ଏହି ଏକ୍ସ ଚିହ୍ନ ବିଷୟରେ…

କାହିଁକି ଥାଏ ଏକ୍ସ ଚିହ୍ନ:
ତେବେ ଆପଣ ଜାଣିରଖନ୍ତୁ ଯେ ଟ୍ରେନ୍ କମ୍ପାର୍ଟମେଣ୍ଟର ପଛ ଭାଗରେ ଥିବା ‘X’ ହେଉଛି ଏକ କୋଡ୍, ଯାହା ସୁରକ୍ଷା ଉଦ୍ଦେଶ୍ୟରେ ନିର୍ମିତ ହୋଇଛି । ଯଦିଓ ଏହାର ଅନେକ ଅର୍ଥ ଅଛି କିନ୍ତୁ ଟ୍ରେନର ଶେଷ କମ୍ପାର୍ଟମେଣ୍ଟ ପଛରେ ‘X’ ଚିହ୍ନ ସୁରକ୍ଷା ପାଇଁ ରହିଛି । ଯଦି କୌଣସି ଟ୍ରେନ ପଛରେ ଏହି ଚିହ୍ନ ନାହିଁ, ତେବେ ଏହାର ଅର୍ଥ ହେଉଛି ଟ୍ରେନରେ କିଛି ଅସୁବିଧା ଅଛି କିମ୍ବା ଟ୍ରେନ୍ ବାକି ଅଛି । ଯଦି କୋଚ୍ ପଛରେ ‘X’ ଦୃଶ୍ୟମାନ ନହୁଏ ତେବେ ରେଳ କର୍ମଚାରୀମାନେ ସଚେତନ ହୁଅନ୍ତି । ତଥାପି, ଆପଣ ଜଣେ ଯାତ୍ରୀ ଭାବରେ ଟ୍ରେନର ଶେଷ କମ୍ପାର୍ଟମେଣ୍ଟ ପଛରେ ଥିବା ‘X’ ଦେଖି ସନ୍ତୁଷ୍ଟ ହୋଇପାରିବେ ଯେ ଟ୍ରେନରେ ସବୁକିଛି ଠିକ ଅଛି ।

Get real time updates directly on you device, subscribe now.