fbpx

(See Video) ତପସ୍ୱିନୀ-ସୁମିତଙ୍କ ବିବାଦରେ ଆଗକୁ କ’ଣ ଘଟିବ, ସାମ୍ନାକୁ ଆସୁଛି ଏହି ୫ଟି ଦିଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ ବିବାଦ ଥମିବାର ନାଁ ଧରୁନାହିଁ । ତେବେ ଇତିମଧ୍ୟରେ ତପସ୍ୱିନୀ ତାଙ୍କର ଶ୍ୱଶୁର ଘର ମଧ୍ୟକୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପ୍ରବେଶ କରିବା ପରେ ମାମଲାଟି ସମାଧାନ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଗତ ଗୁରୁବାର ରାତିରେ ତପସ୍ୱିନୀଙ୍କ ଶ୍ୱଶୁର ହଠାତ୍ ଘର ଛାଡ଼ିବା ସହ ବୋହୂଙ୍କ ପକ୍ଷରୁ ବିପଦ ଥିବା ଭିଡିଓରେ କହିଥିଲେ । ତେବେ ଏହି ମାମଲାରେ ଆଗକୁ କ’ଣ ଘଟିବ ତାହା କହିବା ମୁସ୍କିଲ୍ ।

ତେବେ ଏହି ଘଟଣାକୁ ତର୍ଜମା କଲେ ୫ଟି ଦିଗ ସାମ୍ନାକୁ ଆସୁଛି ।

ପ୍ରଥମ- ପ୍ରମୋଦ ସାହୁଙ୍କ ପରେ ପୂରା ପରିବାର ବ୍ରହ୍ମାନଗର ଘର ଛାଡ଼ିଦେବେ ।

ଦ୍ୱିତୀୟ- ପ୍ରମୋଦ ସାହୁ ନିଜ ପୁଅ ସୁମିତଙ୍କୁ ନେଇ ଫେରିବେ ଓ ଉଚ୍ଚ ନ୍ୟାୟାଳୟରେ ତପସ୍ୱିନୀଙ୍କ ବିରୋଧରେ କେସ୍ ଲଢ଼ିବେ ।

ତୃତୀୟ- ତପସ୍ୱିନୀ ସମସ୍ତ କେସ୍ ପ୍ରତ୍ୟାହାର କରି ସୁମିତଙ୍କ ସହ ସମ୍ପର୍କ ସଜାଡ଼ିବେ ।

ଚତୁର୍ଥ- ସୁମିତ ଆଉ ତପସ୍ୱିନୀଙ୍କୁ ଘରେ ଛାଡ଼ି ପ୍ରମୋଦ ନିଜ ପରିବାର ସହ ଅନ୍ୟତ୍ର ରହିବେ ।

ପଞ୍ଚମ- କୌଣସି ନିଷ୍କର୍ସ ବିନା ବର୍ଷ ବର୍ଷ ଧରି କୋର୍ଟରେ ପରସ୍ପର ବିରୋଧରେ କେସ୍ ଲଢ଼ିବେ ।

Get real time updates directly on you device, subscribe now.