fbpx
BSKY
BJD MC SKY
BJD YOUTH SKY

ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ମୃତ୍ୟୁ ହେଲେ କେଉଁଠି ହୋଇଥାଏ ଅନ୍ତିମ ସଂସ୍କାର?

ପୃଥିବୀ ପୃଷ୍ଠରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତେବେ ଖୁବଶୀଘ୍ର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାହିଁକି ନା ଅଧିକ ବିଳମ୍ବ କରିବା ଦ୍ୱାରା ମୃତ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ମହାକାଶରେ ଯଦି କାହାର ମୃତ୍ୟୁ ହୁଏ, ତେବେ କ’ଣ ହେବ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ନାସାର ମହାକାଶଚାରୀ ଟେରୀ ଭର୍ଟସ । ସେ କହିଛନ୍ତି ଯେ, ‘ପୃଥିବୀ ପୃଷ୍ଠ ଅପେକ୍ଷା ମହାକାଶରେ ମୃତ୍ୟୁ ହେବା ଅଧିକ ଖରାପ ।’

କାହିଁକି ନା ମହାକାଶରେ ମୃତଦେହକୁ ଷ୍ଟୋର କରି ରଖିବା ପାଇଁ କୌଣସି ସୁବିଧା ନାହିଁ । ମହାକାଶଚାରୀଙ୍କ ମୃତ ଶରୀରକୁ ପୃଥିବୀପୃଷ୍ଠକୁ ଆଣିବା ପାଇଁ ମିଶନର ଶେଷ ହେବା ପଯ୍ୟନ୍ତ ଅପେକ୍ଷା କରିବା ବି ସମ୍ଭବ ନୁହେଁ । ଏଭଳି ପରିସ୍ଥତିରେ ଶବକୁ ଏୟାରଲକରେ ପ୍ୟାକ୍ କରି ସ୍ପେସରେ ଛାଡିଦିଆଯାଏ । ଫଳରେ ମୃତ ଶରୀର ସ୍ପେସର ଥଣ୍ଡାରେ ଆଇସି ମମିରେ ପରିଣତ ହୋଇଥାଏ ।

ନାସାର ଆପୋଲୋ ମିଶନ ସମୟରେ ତିଆରି ହୋଇଥିବା ସ୍ପେସ୍ ସୁଟ୍ ପରୀକ୍ଷା କରାଯିବା ପରେ ଏହି ଜିନିଷ ସାମ୍ନାକୁ ଆସିଥିଲା । ସ୍ପେସର ପ୍ରେସର ଯୋଗୁଁ ମୃତ ଶରୀର ବିସ୍ଫୋରଣ ମଧ୍ୟ ହୋଇପାରେ ବୋଲି ଏଥିରୁ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.