fbpx

ଜବତ ହେଲା ଧଳା ଜହର

ବାଲେଶ୍ୱର: ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗକୁ ବଡ଼ ସଫଳତା । ଚଢ଼ଉ କରି ଜବତ କଲେ ବ୍ରାଉନ ସୁଗାର । ଯାହାର ଆନୁମାନିକ ମୂଲ୍ୟ ୫୪ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ ଜଳେଶ୍ୱର ଝାଡ଼େଶ୍ୱରପୁର ବସ୍ତି ଅଞ୍ଚଳରେ ପୋଲିସ ଚଢ଼ଉ କରି ୩୦୦ ଗ୍ରାମ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରିବା ସହ ତିନି ଭାଇଙ୍କୁ ଗିରଫ କରିଛି । ସେହିଭଳି ଅବକାରୀ ବିଭାଗ ଦ୍ୱାରା ଝାଡ଼େଶ୍ୱରପୁର ସ୍କୁଲ ନିକଟରୁ ୨୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଆଉ ଜବତ ବ୍ରାଉନସୁଗାରର ମୂଲ୍ୟ ୫୪ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡ଼ିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ତିନି ଜଣ ଝାଡ଼େଶ୍ୱରପୁର ଗାଁର ସେକ ସାନିଆରଙ୍କ ପୁଅ ସେକ ବେଲାଲ,ସେକ ନିଆଜ, ସେକ ମନ୍ନି ଏବଂ ଅବକାରୀ ବିଭାଗ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଗିଧିବାସ ଗାଁର ଶରତ ମହାନ୍ତି ଙ୍କ ପୁଅ ଅନିଲ କୁମାର ମହାନ୍ତି ଗିରଫ ହୋଇଛନ୍ତି। ତେବେ ଏ ସମସ୍ତଙ୍କୁ କୋର୍ଟ ପଠାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.