fbpx

ଫୋନ ଚାର୍ଜରେ ବସାଇବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟ ହୋଇଯାଉଛି ଖାଲି, ଆଶ୍ଚର୍ଯ୍ୟଜନକ ଦୁର୍ନୀତି

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ନେଇ ଦିନକୁ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସାଇବର ଠକ ଲୋକଙ୍କଠାରୁ ଲୁଟିବା ପାଇଁ ଅନେକ ପ୍ରଣାଳୀ ଆପଣାଉଛନ୍ତି । ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ, ଯେଉଁଥିରେ କ୍ଷଣିକରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ ଏବଂ ଆପଣଙ୍କୁ କିଛି ଜଣାପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ପୂରା ମାମଲା ବିଷୟରେ ।

ସାଇବର ଠକମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ଏକ ଟେକନିକ ଅଛି, ଯାହାକୁ Juice jackingର ନାମ ଦିଆଯାଇଛି । ଏହାକୁ ବ୍ୟବହାର କରି ସାଇବର ଠକମାନେ ବହୁ ଲୋକମାନଙ୍କର ସାରା ଜୀବନର ଅର୍ଜିତ ଟଙ୍କାକୁ ଠକି ନେଉଛନ୍ତି । Juice jacking ସାଇବର ଫ୍ରଡରେ ବ୍ୟବହାରକାରୀଙ୍କୁ ନା କଲ ଆସିବ ନା କୌଣସି ଓଟିପି ପଚରାଯିବ । କେବଳ ଫୋନ ଚାର୍ଜର ଲଗାଇବା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ।

Juice jacking ଟେକନିକ ବ୍ୟବହାର କରି ସ୍କାମର୍ସମାନେ ଟଙ୍କା ଲୁଟୁଛନ୍ତି । ଏଥିପାଇଁ ଠକମାନେ ନକଲି ଚାର୍ଜିଙ୍ଗ ଷ୍ଟେସନର ସେଟଅପ ଲଗାଉଛନ୍ତି । ତେବେ ଯେଉଁ ବ୍ୟବହାରକାରୀ ଠକମାନଙ୍କ ଦ୍ୱାରା କୌଣସି ଚାର୍ଜିଙ୍ଗ ଷ୍ଟେସନରେ ନିଜ ମୋବାଇଲ ଲଗାନ୍ତି, ଏହାପରେ ସ୍କାମର୍ସମାନେ ବ୍ୟାଙ୍କିଙ୍ଗ ସମେତ ସମ୍ବେଦନଶୀଳ ଡାଟା ଚୋରାଇ ନିଅନ୍ତି ।

ସ୍କାମର୍ସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକଲି ଚାର୍ଜିଙ୍ଗ ଷ୍ଟେସନ ପବ୍ଲିକ ପ୍ଲେସରେ ଯେକୌଣସି ଯାଗାରେ ଥାଇପାରେ । ଏହି ଫେକ ଚାର୍ଜିଙ୍ଗ ଷ୍ଟେସନ, ବସ ଷ୍ଟାଣ୍ଡ, ବସ ଷ୍ଟପ୍, ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟ ଆଦି ସ୍ଥାନରେ ଥାଇପାରେ । ଏହାଠାରୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।

Get real time updates directly on you device, subscribe now.