fbpx

ମା’ ହେବା ପରେ କ’ଣ ଭାବନ୍ତି ମହିଳା? କାହିଁକି ହୁଅନ୍ତି ଡିପ୍ରେସନର ଶିକାର, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ମା’ ହେବା ପରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ନୂଆ ସମ୍ପର୍କ ଓ ନୂଆ ଦାୟିତ୍ୱ ଜୀବନର ସମସ୍ୟାକୁ ଟିକେ ବଢ଼ାଇଦେଇଥାଏ । ଅନେକ ମହିଳା ଛୁଆ ଜନ୍ମ ପରେ ଚିଡ଼ଚିଡ଼ା ହୋଇଯାଆନ୍ତି । ମା’ ହେବା ପରେ ମହିଳାମାନେ ବହୁତ ଇମୋସନାଲ ହୋଇଯାଆନ୍ତି ଓ ଛୋଟ ଛୋଟ କଥାରେ ତାଙ୍କୁ କାନ୍ଦ ଲାଗିଥାଏ । ଏହାକୁ ଆମେ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରିଥାଉ, କିନ୍ତୁ ଏପରି କରିବା ଠିକ୍ ନୁହେଁ । ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ…

Postpartum ଡିପ୍ରେସନ :-
ଜୀବନରେ ପରିବର୍ତ୍ତନ ଆସିବା ସହିତ ମା’ ହେବା ପରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଅନେକ ପରିବର୍ତ୍ତନ ଓ ଦାୟିତ୍ୱକୁ ଏକାସାଙ୍ଗରେ ଉଠାଇବା ତାଙ୍କ ପାଇଁ କଷ୍ଟକର ହୋଇଥାଏ, ଏଥିପାଇଁ କିଛି ମହିଳା ଡିପ୍ରେସନକୁ ଚାଲିଯାଆନ୍ତି । ପ୍ରଥମଥର ମା’ ହେବା ପରେ ମହିଳା ଗଭୀର ଚାପରେ ରୁହନ୍ତି, ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ୍ କୁହାଯାଏ ।

ମା’ ହେବା ପରେ କ’ଣ ଭାବନ୍ତି ମହିଳା ?

– ଏହି ସମୟରେ ମହିଳାମାନେ ନିଜକୁ ବହୁତ ଏକୁଟିଆ ଅନୁଭବ କରନ୍ତି । ନୂଆ ସମ୍ପର୍କରେ ପ୍ରବେଶ କରିବା ପରେ ଅନେକ କଥା ଭାବିଥାନ୍ତି । ଏକୁଟିଆ ଯୋଗୁଁ ଅନେକଥର ଉଦାସ ହୋଇଯାଆନ୍ତି ଓ ସେମାନଙ୍କର ମାନସିକ ଚାପ ବଢ଼ିବାରେ ଲାଗିଥାଏ । ଏହି ସମୟରେ ତାଙ୍କର ଯତ୍ନ ନେବା ଉଚିତ୍ ।
– ଛୁଆର ଠିକ୍ ଭାବରେ ଦେଖାଶୁଣା ନକରିବା କାରଣରୁ ସେ ଅଧିକ ଚିନ୍ତିତ ହୋଇପଡନ୍ତି । ସେହିପରି ଯଦି ଛୁଆ ଅଧିକ ଦୁଷ୍ଟାମି କରେ, ତେବେ ମଧ୍ୟ ସେ ଟେନସନ୍ ନିଅନ୍ତି ।
– ଅନେକ ମହିଳା ନିଜର ପୁରୁଣା ଫ୍ରି ଲାଇଫକୁ ମିସ୍ କରନ୍ତି । କାହିଁକି ନା, ମା’ ହେବା କାରଣରୁ ଛୋଟ ପିଲା ଓ ଶାରୀରିକ ଦୁର୍ବଳତା କାରଣରୁ ସେମାନଙ୍କୁ କୁଆଁଡେ ବୁଲାବୁଲି କରିବା କଷ୍ଟକର ହୋଇଥାଏ ।
– ପ୍ରଥମଥର ମା’ ହେବା ପରେ ମହିଳାଙ୍କ ଉପରେ ଏକାସାଙ୍ଗରେ ଅନେକ ଦାୟିତ୍ୱ ଆସିଥାଏ । ଛୁଆର ଦେଖାଶୁଣା, ତାଙ୍କର ସଫା-ସୁତୁରା, ନିଜର ସ୍ୱାସ୍ଥ୍ୟ ଏହାକୁ ନେଇ ଆଡଜେଷ୍ଟ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡେ ।

Postpartum ଡିପ୍ରେସନର ଲକ୍ଷଣ:-

– ସବୁବେଳେ ଥକ୍କାପଣ ଅନୁଭବ କରିବା ।
– ଜଲଦି ରାଗିଯିବା ।
– କାନ୍ଦିବାକୁ ମନ ହେବା ।
– ନକାରାତ୍ମକ କଥା ଭାବିବା ।
– ସମସ୍ତଙ୍କଠାରୁ ଦୂରରେ ଓ ଏକୁଟିଆ ରହିବାକୁ ଭାବିବା ।

କିପରି ଦୂର କରିବେ ?

– ଯଥେଷ୍ଟ ସମୟ ଶୋଇବା ।
– ଛୁଆକୁ ଏକା ନୁହେଁ, ବରଂ ପରିବାର ସାହାର୍ଯ୍ୟରେ ସମ୍ଭାଳିବା ।
– ଟିକେ ଚଲାବୁଲା କରିବା ।
– ନିଜ ମନ ପସନ୍ଦର କାମ କରିବା ।
– ପରିବାର ଓ ସାଙ୍ଗମାନଙ୍କ ସହ ସମୟ ଅତିବାହିତ କରିବା ।
– ଅଳ୍ପ ଶବ୍ଦରେ ଟିଭି, ମୋବାଇଲ ବା ଗୀତ ଚଲାଇ ମନୋରଞ୍ଜନ କରିବା ।

Get real time updates directly on you device, subscribe now.