fbpx

ବୁକ୍ କରିଥିଲେ OYO: ଖଟତଳୁ ମିଳିଲା ମିଳିଲା ମହିଳାଙ୍କ ଶବ

ଝାଡଖଣ୍ଡ: ଆଜିକାଲି ଦେଶ ତଥା ରାଜ୍ୟରେ ହତ୍ୟା, ଆତ୍ମହତ୍ୟା ଅଦି ଘଟଣା ବଢିବାର ଲାଗିଛି । ତେବେ କିଏ ପ୍ରେମ ପାଇଁ ଆତ୍ମହତ୍ୟା କରୁଛି ତ କିଏ ଆର୍ଥିକ ସମସ୍ୟା କିମ୍ବା ପାରିବାରିକ ସମସ୍ୟା ପାଇଁ ହତ୍ୟା କରୁଛି । କିନ୍ତୁ ଏହି ହତ୍ୟା କିମ୍ବା ଆତ୍ମହତ୍ୟା ଆଜିକାଲିର ଯୁବ ପିଢିଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟି ଯାଇଛି । ଏହାରି ମଧ୍ୟରେ ଝାଡଖଣ୍ଡର ଜମଶେଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ଜମଶେଦପୁର ଅଞ୍ଚଳର ଆଦିତ୍ୟପୁର ଥାନା ଅନ୍ତର୍ଗତ ଆରଟିଆଇ ମୋଡରେ ଥିବା ଏକ ଲଜରୁ ମିଳିଛି ଜଣେ ମହିଳାଙ୍କ ମୃତ ଦେହ । ତେବେ ସେହି ମହିଳାଙ୍କ ବୟସ ପାଖାପାଖି ୨୪ ବର୍ଷ ହୋଇଥିବା ବେଳେ ହୋଟେଲ ନମ୍ବର ୧୦୧ରୁ ତାଙ୍କର ମୃତ ଦେହ ମିଳିଛି । ଏହି ଲଜ OYO ଦ୍ୱାରା ପରିଚାଲିତ ହେଉଥିବା ଜଣା ପଡିଛି ।

ଏହି ଘଟଣାର ଖବର ପାଇ ଆଦିତ୍ୟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳା ଜଣକ ଜମଶେଦପୁରର ଗାଲୁଡିହ ଅଞ୍ଚଳର ବୋଲି ଜଣା ପଡିଛି । ତେବେ ଏହି ୨୪ ବର୍ଷିୟ ମହିଳାଙ୍କ ନାମ କାନ୍ତି ଦେବି । ଏହି ଲଜଟି OYO ଦ୍ୱାରା ପରିଚାଳିତ ହେଉଥୁବା ବେଳେ ଏଠାରେ ବାହାରୁ ଆସୁଥିବା ପ୍ରମୀଯୁଗଳଙ୍କୁ ରହିବାର ଅନୁମତି ରହିଛି । ତେବେ ଏହି ମୃତ ମହିଳା ଜଣକ କୋଲକତାର ଜଣେ ଯୁବକଙ୍କ ସହିତ ଏହି ଲଜକୁ ଆସିଥିବା ଜଣା ପଡିଛି ।ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.