fbpx

ଆସନ୍ତାକାଲି ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ବେକାରୀମାନଙ୍କୁ ମିଳିବ ସରକାରୀ ଚାକିରି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଲାନ୍

ନୂଆଦିଲ୍ଲୀ: ସମଗ୍ର ଦେଶର ବେରୋଜଗାରୀଙ୍କୁ ଆସନ୍ତାକାଲି ବଡ଼ ଉପହାର ମିଳିବାକୁ ଯାଉଛି । ଦେଶରେ ପୁଣିଥରେ ବେକାରୀମାନଙ୍କୁ ସରକାରୀ ଚାକିରି କରିବରେ ସୁଯୋଗ ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି । ତେବେ ସରକାରୀ ବ୍ୟାଙ୍କରେ ବହୁ ସଂଖ୍ୟକ ନିଯୁକ୍ତି କରାଯାଇପାରେ । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଯଦି ଆପଣ ମଧ୍ୟ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କୁ ଏକ ଖାସ୍ ଉପହାର ମିଳିପାରେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଯଦି ସବୁକିଛି ଠିକ ଚାଲେ, ତେବେ ସରକାରୀ ବ୍ୟାଙ୍କଗୁଡ଼ିକରେ ଖୁବ୍ ଶୀଘ୍ର ଖାଲି ସ୍ଥାନଗୁଡିକରେ ବମ୍ପର ପଦବୀ ପାଇଁ ନିଯୁକ୍ତି ବାହାରିବ । ଏଥିପାଇଁ ଶୀଘ୍ର ବିଜ୍ଞପ୍ତି ଜାରି କରାଯାଇପାରେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଦ୍ୱାରା ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଅର୍ଥମନ୍ତ୍ରୀ ସୀତାରମଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ଖାଲିଥିବା ପଦବୀଗୁଡ଼ିକର ଷ୍ଟକ୍ ନେଇଛନ୍ତି । ଏହା ପରେ ନିଯୁକ୍ତି ଯୋଜନା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି । ଏହି ଉଚ୍ଚ ସ୍ତରୀୟ ବୈଠକ ୨୧ ସେପ୍ଟେମ୍ବର ବୁଧବାର ଦିନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ପବ୍ଲିକ ସେକ୍ଟର ବ୍ୟାଙ୍କର ମୁଖ୍ୟମାନେ ଅର୍ଥମନ୍ତ୍ରୀଙ୍କ ସହ ଏହି ବୈଠକରେ ଅଂଶଗ୍ରହଣ କରିବେ । ସୀତାରମଣ କହିଛନ୍ତି ଯେ, ଏହି ବୈଠକରେ ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ ଥିବା ଖାଲି ପଦଗୁଡିକର ସମୀକ୍ଷା କରାଯିବ । ଏହା ସହିତ ମାସିକ ନିଯୁକ୍ତି ଯୋଜନା ବିଷୟରେ ସୂଚନା ମଧ୍ୟ ନିଆଯିବ ।

Get real time updates directly on you device, subscribe now.