fbpx

ମଜା ପାଇଁ ମଙ୍ଗେତରର ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ କଲେ ପୋଷ୍ଟ: ରାଗରେ ଆସି ମାରିଦେଲା ଯୁବତୀ

ବେଙ୍ଗାଲୁର: ଆଜିକାଲି ସୋସିଆଲ ମିଡିଆ କାହା ପାଇଁ ରୋଜଗାରର ମାର୍ଗ ପାଲଟିଛି ତ ଆଉ କାହା ପାଇଁ କାଳ ହେଉଛି । ସେହିପରି ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ଡାକ୍ତର ମଜାକ-ମଜାକରେ ନିଜ ମଙ୍ଗେତରର ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । କେବଳ ଏତିକି ନୁହେଁ, ସେ ନିଜ ସାଙ୍ଗମାନଙ୍କୁ ମଧ୍ୟ ଏହା ସେୟାର କରିଥିଲେ ।

ଏଥିରେ ରାଗିଯାଇ ମଙ୍ଗେତର ନିଜର ୩ ସାଙ୍ଗମାନଙ୍କ ସହ ମିଶି ୨୭ ବର୍ଷୀୟ ଡାକ୍ତରଙ୍କୁ ହତ୍ୟା କରିଛନ୍ତି । ତେବେ ଚେନ୍ନାଇର ବାସିନ୍ଦା ଡାକ୍ତର ବିକାଶ ରଞ୍ଜନ ସେଠାରେ ବିଟିଏମ ଲେଆଉଟ ଅଞ୍ଚଳରେ ରହୁଥିଲେ । ତାଙ୍କ ଉପରେ ୧୦ ସେପ୍ଟେମ୍ବରର ମଧ୍ୟ ରାତ୍ରିରେ ଆକ୍ରମଣ ହୋଇଥିଲା । ତାଙ୍କ ମଙ୍ଗେତର ଓ ୨ ସାଙ୍ଗ ମିଶି ଏହି ଆକ୍ରମଣ କରିଥିଲେ । ଅଭିଯୁକ୍ତ ମଧ୍ୟ ସେହି ଅଞ୍ଚଳରେ ରହୁଥିବା ଜଣାପଡିଛି । ପୋଲିସ ତାଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ବିକାସ ୟୁକ୍ରେନରେ ଏମବିବିଏସ ସାରି ୨ ବର୍ଷ ପର୍ଯ୍ୟନ୍ତ ଚେନ୍ନାଇରେ ପ୍ରାକ୍ଟିସ୍ କରିଥିଲେ ଓ ୪ ମାସ ପୂର୍ବରୁ ବେଙ୍ଗାଲୁର ଆସିଥିଲେ । ସେଠାରେ ସେ ଏଫଏମଜିଇ ପାଇଁ କୋଚିଂ ନେଉଥିଲେ । ୧୦ ସେପ୍ଟେରରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା, ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୧୪ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିଲା । ବିକାଶଙ୍କ ବଡ଼ ଭାଇ ପୋଲିସରେ ଏନେଇ ଅଭିଯୋଗ କରିଥିଲେ, ଯାହାର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣାର ଖୁଲାସା ହୋଇଥିଲା ।

ବିକାଶ ୨ ବର୍ଷ ପର୍ଯ୍ୟନ୍ତ ଜଣେ ଯୁବତୀଙ୍କ ସଂହ ରିଲେସନସିପରେ ଥିଲେ ଓ ପରିବାରର ସହମତି ପରେ ତାଙ୍କର ନିର୍ବନ୍ଧ ହୋଇଥିଲା । କିନ୍ତୁ ବିକାଶ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ସାଙ୍ଗ ନାଁରେ ଆକାଉଣ୍ଟ କରି ମଙ୍ଗେତରର ନ୍ୟୁଡ ଫଟୋ ଅପଲୋଡ କରିଥିଲେ । ସେ ନିଜର ନ୍ୟୁଡ ଫଟୋ ତାମିଲନାଡୁର କିଛି ସାଙ୍ଗମାନଙ୍କୁ ମଧ୍ୟ ପଠାଇଥିଲା ।

ଯୁବତୀ ଜଣକ ୮ ସେପ୍ଟେମ୍ବରରେ ଇନଷ୍ଟାଗ୍ରାମରେ ନିଜ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସେ ବିକାଶକୁ ଏନେଇ ପ୍ରଶ୍ନ କରିଥିଲେ । ବିକାଶ ଏସବୁ ମଜାକ୍ ପାଇଁ କରିଥିଲେ ବୋଲି କହିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ଏହା ପରେ ବିକାଶ ଉଚିତ୍ ଶିକ୍ଷା ଦେବାକୁ ଯାଇ ଯୁବତୀ ନିଜ ସାଙ୍ଗ ମାନଙ୍କ ସହ ମିଶି ଆକ୍ରମଣର ପ୍ଲାନିଂ କରିଥିଲେ । ସେମାନେ ବିକାଶକୁ ମାରିଦେବାକୁ କିଛି ପ୍ଲାନ୍ କରିଥିଲେ । ଏଥିପାଇଁ ସେମାନେ ବିକାଶକୁ ପୋଛା, ପାଣି ବୋତଲରେ ଆକ୍ରମଣ କରିଥିଲେ ଓ ସେ ବେହୋସ୍ ହୋଇଯିବାକୁ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ଏହାପରେ ଯୁବତୀ ବିକାଶଙ୍କ ଭାଇ ବିଜୟକୁ ମାରପିଟର ଖବର ଦେଇଥିଲେ । ସେ ମିଛା ବାହାନା କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସବୁକଥା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.