fbpx

Restless Leg Syndrome କ’ଣ ? ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

Advertisement

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟକ୍ତିର ଜୀବଶୈଳୀରେ ପରିବର୍ତ୍ତନ ଦେଖାଦେଇଛି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଟେନସନ୍ ଭିତରେ ସନ୍ତୁଳନ ବଜାୟ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଯାଇଛି । ଏଥିମଧ୍ୟରେ କେଉଁଠି ନା କେଉଁଠି ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛୁ । ପରବର୍ତ୍ତୀ ସମୟରେ ଆମେ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରିଥାଉ । ସାଧାରଣତଃ ଅଧିକ ଚାଲିବା ଦ୍ୱାରା ଗୋଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ କେତେ ଜଣ ବ୍ୟକ୍ତି ବସିବା କିମ୍ବା ଶୋଇବା ସମୟରେ ଗୋଡ଼ ହଲାଇଥାନ୍ତି । କାରଣ ଶୋଇବା ସମୟରେ ଗୋଡ଼ରେ ଝିମ୍‌ଝିମ୍ ହୋଇଥାଏ । କେବଳ ଶୋଇବା ସମୟରେ ନୁହେଁ ବରଂ ବସିବା ଅବସ୍ଥାରେ ମଧ୍ୟ ଗୋଡ଼ ହଲାଇଥାନ୍ତି । ଏହା Restless Leg Syndromeର ଲକ୍ଷଣ ଅଟେ । ଏହା ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ହୋଇପାରେ । ବେଳେ ବେଳେ ଗୋଟିଏ ପୋଜିସନରେ ଅଧିକ ସମୟ ପର୍ଯ୍ୟନ୍ତ ବସିଲେ କିମ୍ବା ଶୋଇଲେ ଗୋଡ଼ରେ ଝିମ୍‌ଝିମ୍ ଅନୁଭବ ହୋଇଥାଏ । ସ୍ନାୟୁରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନ ହେଲେ ଏପରି ହୋଇଥାଏ । ଏହା ବ୍ୟତୀତ ସ୍ନାୟୁରେ ବ୍ଲକେଜ୍ କାରଣରୁ ମଧ୍ୟ ଏପରି ହୋଇଥାଏ ।

ତେବେ ଏହି ସବୁ କାରଣ ପାଇଁ Restless Leg Syndromeର ଲକ୍ଷଣ ଦେଖାଦେଇଥାଏ ।
୧. ଡାଇବେଟିସ୍‌
୨. ହାଇପୋଥାଇରଏଡିଜିମ୍‌
୩. ରକ୍ତହୀନତା
୪. ଭିଟାମିନ ‘D’, କ୍ୟାଲସିୟମ ଏବଂ ମାଗନେସିୟମ, ଲୌହର ଅଭାବ
୫. ଉଚ୍ଚ ରକ୍ତଚାପ

ନ୍ୟାସନାଲ ଇନ୍ସଟିଟ୍ୟୁଟ୍ ଅଫ୍ ନ୍ୟୁରୋଲୋଜିକାଲ ଡିସଅର୍ଡର ଆଣ୍ଡ୍ ଷ୍ଟ୍ରୋକ୍ ଅନୁଯାୟୀ ଏହା ଅନୁବାଂଶିକ ହୋଇପାରେ । ଏହା ସ୍ନାୟୁଗତ ରୋଗ ହୋଇଥିବାରୁ ହାର୍ଟଆଟାକର ସମ୍ଭାବନା ବୃଦ୍ଧି କରିଥାଏ । ତେଣୁ ଉଚିତ ସମୟରେ ଏହି ରୋଗର ଚିକିତ୍ସା ନହେଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ

– ଗୋଡ଼ ଝିମ୍‌ଝିମ୍ ହେବା
– ଗୋଡ଼ରେ ଯନ୍ତ୍ରଣା ଅନୁଭବ ହେବା
– ସବୁବେଳେ ଗୋଡ଼ କୁଣ୍ଡାଇ ହେବା

ତେବେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଦ୍ୱାରା ଏହି ସମସ୍ୟାରୁ ଉପସମ ମିଳିପାରିବ ।

୧. ନିୟମିତ ସକାଳେ କିମ୍ବା ସନ୍ଧ୍ୟା ସମୟରେ ୱାକ୍ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ତେଣୁ ଅତିକମରେ ୧୫ ମିନିଟ୍ ୱାକ୍ କରନ୍ତୁ ।
୨. ଯେତେଦୂର ସମ୍ଭବ ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ । ଏହା ନିଦ୍ରାହୀନତା ସମସ୍ୟା ସୃଷ୍ଟି କରିପାରେ ।
୩. ବ୍ୟାୟାମ(ଷ୍ଟ୍ରେଚିଂ) ସହ ଯୋଗ ଏବଂ ପ୍ରାଣାୟାମ ମଧ୍ୟ କରିପାରିବେ ।
୪. ସନ୍ତୁଳିତ ଓ ସ୍ୱାସ୍ଥ୍ୟକର ଭୋଜନ ସେବନ କରନ୍ତୁ । ବିଶେଷ କରି ଲୌହଯୁକ୍ତ ଖାଦ୍ୟ ।

Get real time updates directly on you device, subscribe now.