fbpx

୧୦୦୦ ଟ୍ରାକ୍ଟର-କ୍ରେନ ଧରି ଆସୁଛନ୍ତି କୃଷକ: ୧୨ ଦାବୀକୁ ନେଇ ଦିଲ୍ଲୀରେ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ପୁଣି ଏକ ବଡ଼ ରାଲି କରିବା ପାଇଁ ଆଗଭର ହେଉଛି ଦେଶର କୃଷକ ସଂଗଠନ । କିସାନ ସଜଦୁର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚାର କୃଷକମାନେ ପଞ୍ଜାବର ବିଭିନ୍ନ ସ୍ଥାନରେ ନିଜ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ମଧ୍ୟାହ୍ନରେ ଫତେଗଡ଼ ସାହିବରେ ଏକତ୍ରିତହେବେ ଏହି କୃଷକ ସଂଗଠନ । କେଏମଏମର ସମନ୍ୱୟକ ସରୱନ ସିଂହ ପନେ୍ଧର କହିଛନ୍ତି ଯେ, ପଞ୍ଜାବର ବିଭିନ୍ନଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ମାର୍ଚ୍ଚ କରି ସୋମବାର ମଧ୍ୟାହ୍ନ ସୁଦ୍ଧା ପହଞ୍ଚିବ । ରାତି ସାରା କୃଷକ ରାସ୍ତାକଡ଼ରେ ନିଜ ଟ୍ରାକ୍ଟରରେ ଶୋଇବେ ଏବଂ ରାଲି କରି ଦିଲ୍ଲୀକୁ ଯିବେ ବୋଲି କହିଛନ୍ତି ପନେ୍ଧର ।

ରିପୋର୍ଟ ଅନୁସାରେ, ପଞ୍ଜାବରୁ ହଜାର ହଜାର ଟ୍ରାକ୍ଟର ଦିଲ୍ଲୀ ଅଭିମୁଖେ ବାହାରିଥିବା ଜାଣିବାକୁ ମିଳିଛି । ସେପଟେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରୁ ମଧ୍ୟ ୧୦୦୦ରୁ ଅଧିକ ଟ୍ରାକ୍ଟର ଆସୁଛି । କେନ୍ଦ୍ର ସରକାର ଆଜି ସନ୍ଧ୍ୟା ୫ଟାରେ ସରୱନ ସିଂହ ପନେ୍ଧର ଏବଂ କିସାନ ୟୁନିୟନ(ଏକତା ସିଦ୍ଧୁପୁର)ର ଅଧ୍ୟକ୍ଷ ଜଗଜିତ ସିଂହ ଦଲ୍ଲେୱାଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସାମିଲ ରହିବେ ।

ତେବେ ଏଥର କୃଷକମାନେ ୧୨ଟି ଦାବି ରଖି ପୁଣିଥରେ ଆନ୍ଦୋଳନ କରିଛନ୍ତି । ଏହି ଦାିରେ ସେମାନେ ସମସ୍ତ ଫସଲର ଏମଏସପିର ଗାରେଣ୍ଟି, କୃଷକ ଏବଂ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼, ସାରା ଦେଶରେ ଭୂମି ଅଧିଗ୍ରହଣ ନିୟମ ୨୦୧୩କୁ ପୁଣିଥରେ ଲାଗୁ କରିବା ସହ ଲଖିମପୁର ଖେରୀ ନରସଂହାରର ଅପରାଧୀଙ୍କୁ ଦଣ୍ଡ ଦେଇ ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ବିଶ୍ୱ ବ୍ୟବସାୟ ସଂଗଠନରୁ ହଟିଯିବା ସହ ମୁକ୍ତ ବ୍ୟପାର ଚୁକ୍ତି ଉପରେ ପ୍ରତିବନ୍ଧ ଲାଗୁ କରିବା, କୃଷକ ଏବଂ ଶ୍ରମିକଙ୍କୁ ପେନସନ୍ ପ୍ରଦାନ, ଦିଲ୍ଲୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ କୃଷକମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.