fbpx

T 20 Worldcup: India vs England Semifinal:କ’ଣ ଅଟେ ୨୫୦ ମିନିଟ ନିୟମ, ଭାରତ ଇଂଲଣ୍ଡ ସେମିଫାଇନାଲ ମ୍ୟାଚରେ କେମିତି ପ୍ରଭାବ ପକାଇବ ଏହି ରୁଲ୍ସ

Advertisement

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଲାଯିବାକୁ ଥିବା ମ୍ୟାଚରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ । ଗୁୟାନାରେ ଲଗାତାର ବର୍ଷା ହେଉଥିବାରୁ ମ୍ୟାଚ ଆରମ୍ଭ ହେବା ବିଳମ୍ବ ହୋଇପାରେ ବୋଲି ଜଣା ପଡିଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସେମିଫାଇନାଲ ପାଇଁ ରିଜର୍ଭ ଡେ’ ର ବ୍ୟବସ୍ଥା ମଧ୍ୟ କରି ନାହିଁ । ସେଥିପାଇଁ ବର୍ଷା ହେଲେ ମ୍ୟାଚରେ ଅତିରିକ୍ତ ୨୫୦ ମିନିଟ ସମୟ ନିୟମ ରଖିଛି । ତେବେ କ’ଣ ଏହି ୨୫୦ ମିନିଟ ନିୟମ, ଜାଣିବା….

ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ରିଜର୍ଭ ଡେ’ ସମସ୍ୟାରୁ ମୁକୁଳିବା ପାଇଁ ଭାରତ- ଇଂଲଣ୍ଡ ମ୍ୟାଚ ପାଇଁ ୨୫୦ ମିନିଟ ନିୟମକୁ ଜଡି ଥିଲା । ଏହି ନିୟମ କହେ, ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ ବିଳମ୍ବ ହେଲେ ଖେଳରେ ଅତିରିକ୍ତ ୨୫୦ ମିନିଟ ମିଳିବ । ଭାରତ- ଇଂଲଣ୍ଡ ମ୍ୟାଚ ବିଳମ୍ବ ହେଲେ ଓଭରକୁ କଟା ନ ଯାଇ ଅତିରିକ୍ତ ୨୫୦ ମିନିଟ ପ୍ରଦାନ କରାଯିବ, ମାନେ ରାତି ୧.୧୦ ଘଣ୍ଟା (ଭାରତୀୟ ସମୟାନୁସାରେ) ପର୍ଯ୍ୟନ୍ତ ବଢାଇ ଦିଆଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁଏନାରେ ମ୍ୟାଚ ଖେଳାଯିବ, ଯେଉଁଠାରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତାହାସହ ୨୧ ପ୍ରତିଶତ ମେଘୁଆ ପାଗ ଲାଗି ରହିବ । ସେଠାକାର ସମୟଅନୁସାରେ ସକାଳ ୧୦.୩୦ ମିନିଟ ସମୟରେ ମ୍ୟାଚ ଆରମ୍ଭ ହେବ ଓ ପ୍ରାୟ ୩.୩୦ ରୁ ୪ ଘଣ୍ଟା ମଧ୍ୟରେ ସମାପ୍ତ ହେବ । ମାତ୍ର ବର୍ଷା ହେଲେ କ୍ରିକେଟ ପ୍ରେମୀଙ୍କୁ ପ୍ରାୟ ୬-୭ ଘଣ୍ଟା ଅପେକ୍ଷା କରିବାକୁ ପଡିବ ମ୍ୟାଚ ଦେଖିବା ପାଇଁ ।

Get real time updates directly on you device, subscribe now.