fbpx
BSKY SKY
BSKY SKY

ଜାଣି ରଖନ୍ତୁ, ପ୍ରେମ କରିବା ପାଇଁ ସଠିକ୍ ବୟସ କ’ଣ? ଭୁଲ କଲେ ଭୋଗିବେ ଭୟଙ୍କର ପରିଣାମ

BSKY

ନୂଆଦିଲ୍ଲୀ: ବିବାହକୁ ନେଇ ପ୍ରତ୍ୟେକ ଦେଶରେ ଗୋଟିଏ ଗୋଟିଏ ସର୍ବନିମ୍ନ ବୟସ ସ୍ଥିର କରାଯାଇଛି । କିନ୍ତୁ ପ୍ରେମ କରିବା ପାଇଁ ବା ଭଲ ପାଇବା ପାଇଁ ଅଛି କି ଏମିତି ଏକ ବୟସ ? କେଉଁ ବୟସରେ ପ୍ରକୃତରେ ଭଲ ପାଇବା ଉଚିତ ? ତେବେ ଏହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କେବେ, କେଉଁଠି ଏବଂ କାହାକୁ ଭଲ ପାଇବେ । ବୋଧହୁଏ ସେଥିପାଇଁ ଆଜିର ନୂଆ ପିଢୀ ସମସ୍ତେ ନିଜ ନିଜର ପ୍ରେମ କାହାଣୀ ଲେଖିବାରେ ବ୍ୟସ୍ତ ରହୁଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ପ୍ରେମର ସଠିକ୍ ବୟସ କେତେ…

ସଦଗୁରୁ ଜଗଦୀଶ ବାସୁଦେବ ହେଉଛନ୍ତି ଜଣେ ସ୍ପିରିଚୁଆଲ ଗୁରୁ, ଯାହାଙ୍କ କଥା ଶୁଣିବା ପାଇଁ ବେଶ୍ ଆଗ୍ରହୀ ଆଜିର ଯୁବପିଢୀ । ତେବେ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ କ’ଣ ପ୍ରେମ କରିବାର ମଧ୍ୟ ଏକ ସମୟ କିମ୍ବା ବୟସ ଅଛି? ଏହି ପ୍ରଶ୍ନରେ ଗୁରୁ ବାସୁଦେବଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସଦଗୁରୁ ବାସୁଦେବ କହିଛନ୍ତି ଯେ, ମୁଁ ଏମିତି ଜଣେ ବ୍ୟକ୍ତି ନୁହେଁ ଯେ, ଆପଣଙ୍କୁ କହିବି ପ୍ରେମ କରନ୍ତୁ ବା କରନ୍ତୁ ନାହିଁ । ତେବେ ଉତ୍ତର ହେଉଛି, ଯଦି ଭଲ ପାଇବା ଏବଂ ଡେଟିଂ କରିବା ଆପଣଙ୍କ ପାଇଁ ଆବଶ୍ୟକ ହୋଇପଡିଛି, ତେବେ ଆପଣ ନିଶ୍ଚିତ ପ୍ରେମ କରନ୍ତୁ । କିନ୍ତୁ ଏହାକୁ ଏକ ଟ୍ରେଣ୍ଡ ଭାବେ ଆଗେଇ ନେବା ଉଚିତ ନୁହେଁ । ପ୍ରେମ କୌଣସି ନିର୍ଦ୍ଦିଷ୍ଟ ବୟସକୁ ଆସିଲେ ହିଁ ହେବ କିମ୍ବା କଲେଜକୁ ଯିବା ମାନେ ଆପଣ କାହା ସହିତ ରୋମାଣ୍ଟିକ ସମ୍ପର୍କରେ ରହିବାକୁ ବାଧ୍ୟ । ଏହା ଭାବିବା ଏକଦମ୍ ଭୁଲ ବୋଲି ସେ କହିଛନ୍ତି ।

ସେ ଏଥିପାଇଁ ଏକ ଭଲ ଉଦାହରଣ ଦେଇ ବୁଝାଇ ଦେଇଛନ୍ତି । ସେ କହିଛନ୍ତି ଯେ, ଆମ୍ବ ବଗିଚା କରୁଥିବା ବ୍ୟକ୍ତି ଚାରା ଲଗାଇବା ବେଳେ ନିଶ୍ଚିତ ରୂପରେ ସେ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେଇଥାଏ । ଆସନ୍ତା ୩/୪ ବର୍ଷ ମଧ୍ୟରେ ଏହି ଗଛରେ କୌଣସି ଫଳ ନ ଧରୁ ବୋଲି ଚିନ୍ତା କରିଥାଏ ଚାଷୀ । କାରଣ ଯଦି ସମୟ ପୂର୍ବରୁ ଗଛରେ ଫଳ ଧରେ, ତେବେ ଏହା ସମ୍ପୂର୍ଣ୍ଣ ରୂପରେ ଗଛ ହୋଇ ପାରି ନଥାଏ । ତେବେ ଏହାକୁ ଧ୍ୟାନ ରଖିଲେ ଗଛଟି ଭବିଷ୍ୟତରେ ଏକ ଫଳପୂର୍ଣ୍ଣ ଗଛରେ ପରିଣତ ହୋଇପାରିବ ।

ସେହିପରି ପ୍ରେମ ସମ୍ପର୍କ ତିଆରି କରିବାରେ ମଧ୍ୟ ବ୍ୟସ୍ତ ହେବା ଉଚିତ ନୁହେଁ । ଏହାଠାରୁ ଅଧିକ ଏବଂ ସୁନ୍ଦର ଅନୁଭୂତି ପାଇଁ ଅପେକ୍ଷା କରିବା ନିହାତି ଆବଶ୍ୟକ । ଏମିତି କରିବା ଦ୍ୱାରା ଆପଣ ଏକ ସୁଖୀ ଏବଂ ସଫଳ ଜୀବନ ଜିଇ ପାରିବେ । ଯଦି ଆପଣ ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ପୂର୍ବରୁ ହିଁ କାହା ପ୍ରେମ ବନ୍ଧନରେ ବାନ୍ଧି ହେଉଛନ୍ତି, ଏହା କ୍ୟାରିୟର କିମ୍ବା ସମ୍ପର୍କ ନଷ୍ଟ ହେବାର ପ୍ରମୁଖ କାରଣ ହୋଇପାରେ ।

Get real time updates directly on you device, subscribe now.